ଲାଲୁଙ୍କ ଜାମିନ ରଦ୍ଦ କରିବାକୁ ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ

add-all

ପାଟନା: ବଢିଲା ଲାଲୁ ଯାଦବଙ୍କ ସମସମ୍ୟା। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ରଦ୍ଦ କରିବାକୁ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ସିବିଆଇ। ଲାଲୁଙ୍କ ଜାମିନକୁ ରଦ୍ଦ କରିବା ପାଇଁ ସିବିଆଇ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲା ଏବଂ ଶୀଘ୍ର ଶୁଣାଣି କରିବାକୁ ଦାବି କରାଯାଇଥିଲା। ଅଗଷ୍ଟ ୨୫ରେ ଏହି ଆବେଦନ ଉପରେ ଶୁଣାଣି ହେବ।

ଗୋଖାଦ୍ୟ ଦୁର୍ନୀତିର ଡୋରଣ୍ଡା ଟ୍ରେଜେରୀ ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ଲାଲୁଙ୍କୁ ଜାମିନ ପ୍ରଦାନ କରିଥିଲେ। ଡୋରଣ୍ଡା ଟ୍ରେଜେରୀ ସହ ଜଡିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ପାଞ୍ଚ ବର୍ଷ ଜେଲ୍ ସହ ୬୦ ଲକ୍ଷ ଟଙ୍କା ଜରିମାନା ହୋଇଥିଲା। ଏହି ମାମଲାରେ ଲାଲୁ ଯାଦବଙ୍କୁ ମୁଖ୍ୟ ଷଡଯନ୍ତ୍ରକାରୀ ଦର୍ଶାଯାଇଛି। ମାର୍ଚ୍ଚ ୨୭ରେ ସିବିଆଇର ଅନ୍ୟ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଲାଲୁ ପ୍ରସାଦ ଯାଦବଙ୍କୁ ନୋଟିସ ଜାରି କରିଥିଲେ। ସିବିଆଇର ଆବେଦନକୁ ମୂଳ ଆବେଦନ ସହିତ ସୁପ୍ରିମକୋର୍ଟ ଯୋଡି ଦେଇଥିଲେ। ତେବେ ସୁପ୍ରିମକୋର୍ଟ ଏହି ଶୁଣାଣି ପାଇଁ ରାଜି ହୋଇଛନ୍ତି।

ad-week
Leave A Reply

Your email address will not be published.