ଫିରିଙ୍ଗିଆ ଥାନା ଅଧିକାରୀଙ୍କ ଦ୍ଵାରା ଶାନ୍ତିକମିଟି ବୈଠକ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡି ଘଟଣା ପରେ ଅଞ୍ଚଳରେ ଗିରଫ ଭୟରେ ଲୋକେ ଘରେ ରହୁ ନଥ‌ିବା
ବେଳେ ଅଧିକାଂଶଲୋକଙ୍କୁ ବିନା କାରଣରେ ସମ୍ପୃକ୍ତ ନଥାଇ ପୋଲିସ ଗିରଫ କରୁଥିବା ନେଇଁ ଅଞ୍ଚଳରେ ଉତେଜନା ଦେଖା ଦେଇଥିଲା। ଲୋକେ ବଜାରକୁ କିମ୍ବା କୌଣସି କାର୍ଯ୍ୟରେ ଭୟରେ ଆସୁ ନଥିଲେ।

ଏହି ଘଟଣା ପରେ ନୂତନ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଅଞ୍ଚଳରେ ଶାନ୍ତି ଫେରାଇ ଆଣିବାକୁ ଚେଷ୍ଟା କରିବା ସହ ଗାଁ ଗାଁ ରେ ଶାନ୍ତି କମିଟି ବୈଠକ କରିଥିବା ବେଳେ ବୁଧବାର ଉପାନ୍ତ ଅଞ୍ଚଳ କୁହାଯାଉଥ‌ିବା ତଳ ଦଣ୍ଡିକିଆ ପଞ୍ଚାୟତ ସଭାଗୃହରେ ଫିରିଙ୍ଗିଆ ଥାନା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏ ଏସ ଆଇ ଦେବାଶିଷ, ଏଏସଆଇ ଶ୍ରୀକାନ୍ତ ପାତ୍ର,ତଳ ଦଣ୍ଡିକିଆ ସରପଞ୍ଚ ଶଙ୍କର ପ୍ରଧାନ, ତଳ ଦଣ୍ଡିକିଆ ପଞ୍ଚାୟତର ଶତାଧ‌ିକ ଅଞ୍ଚଳବାସୀ ଉପସ୍ଥିତ ଥିଲେ l ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବା ସୁସମ୍ପର୍କ ରଖି ଲୋକଙ୍କ ସେବା କରିବା ସହ ଅଞ୍ଚଳରେ ଶାନ୍ତି ଫେରାଇ ଆଣିବାକୁ ନିବେଦନ କରିଥିଲେ। ପରେ କୌଣସି ନିର୍ଦ୍ଦୋଷ ବ୍ୟକ୍ତିକୁ ଗିରଫ କିମ୍ବା ହଇରାଣ ନକରିବାକୁ ଆଶ୍ବାସନା ଦେବା ସହ ଥାନା ଅଧିକାରୀଙ୍କ ସହ ନିର୍ଦ୍ଵନ୍ଦରେ ଆଲୋଚନା କରିପାରିବେ ବୋଲି ସୂଚନା ଦେଇଥିଲେ ।

ad-week
Leave A Reply

Your email address will not be published.