ଅନୁଗୁଳରେ ଦୁଇ ଜଣଙ୍କୁ ଦଳିଦେଲା ହାତୀ…

add-all

elephant

ଅନୁଗୁଳ: ଦଳିଦେଲା ଦନ୍ତା। ଅନୁଗୁଳ ଜିଲ୍ଲାରେ ଥମୁନି ହାତୀ ଆତଙ୍କ। ଆକ୍ରମଣରେ ବାରମ୍ବାର ଲୋକଙ୍କ ଜୀବନ ଯାଉଛି। ଅନୁଗୁଳ ବନଖଣ୍ଡ କୁମୁରିସିଂହା ପଞ୍ଚାୟତ ପାତେଳି ଗାଁରେ ହାତୀ ଆକ୍ରମଣରେ ଦୁଇ ମୃତ ଜଣେ ଗୁରୁତର। ମୃତକ ଦୁଇ ଜଣ ହେଲେ ଶଙ୍କର ବିଶ୍ୱାଳ ଓ ଝିଲି ମାଝୀ । ଜଣେ ଗୁରୁତରଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶଙ୍କର ଓ ଝିଲି ଆଜି ସକାଳେ ଶୌଚ ହେବାକୁ ଯାଇଥିବାବେଳେ ହାତୀ ହାବୁଡ଼ରେ ପଡିଥିଲେ। ଗୋଠ ଛଡ଼ା ହାତୀ ଦୁଇ ଜଣଙ୍କୁ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା। ବାରମ୍ବାର ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ଯାଉଥିବାରୁ ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି।


Post Views: 6

ad-week
Leave A Reply

Your email address will not be published.