ବିବାହିତାଙ୍କୁ ପ୍ରେମ କରି ଫସିଲେ ଯୁବକ, ବନ୍ଦ କୋଠରୀରୁ ଉଦ୍ଧାର ହେଲେ ପ୍ରେମୀ ଯୁଗଳ…

youtube

de

ବଲାଙ୍ଗିର=: ବିବାହିତ ମହିଳାଙ୍କୁ ପ୍ରେମ କରି ଫସିଲେ ଯୁବକ । ବନ୍ଦ କୋଠରୀରୁ ଉଦ୍ଧାର ହେଲେ ଯୁବକ ଯୁବତୀ । ଉଭୟଙ୍କୁ ଉଦ୍ଧାର କରି ଲୋଇସିଙ୍ଗା ଥାନାରେ ଅଟକ ରଖିଛି ପୋଲିସ । ସେପଟେ ମହିଳାଙ୍କୁ ଗ୍ରହଣ କରୁନାହାନ୍ତି ପରିବାର ଲୋକେ। ଗତକାଲି ବଲାଙ୍ଗିର ଜିଲ୍ଲା ଲୋଇସିଙ୍ଗା ଥାନା ବେନ୍ଦ୍ରା ଗାଁର ଚିନ୍ମୟ ମହାକୁଡ ଜଣେ ମହିଳାଙ୍କ ଘରକୁ ଯାଇଥିଲେ। ଏହି ସମୟରେ ଗାଁ ଲୋକ ଉଭୟଙ୍କୁ ବାହାରୁ ତାଲା ପକାଇ ଦେଇ ବନ୍ଦ କରି ଦେଇଥିଲେ। ଏହାପରେ ୨ ଜଣଙ୍କୁ ବିବାହ କରିବାକୁ କହିଥିଲେ । ଏପରିକି ବାଜା ବଜାଇ ପ୍ରୋସେସନ ମଧ୍ୟ ଆରମ୍ଭ କରିଦେଇଥିଲେ । ପରେ ପୋଲିସ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରିଥିଲା । ମହିଳାଂକର ଏକ ଝିଅ ଥିବା ସୂଚନା ମିଳିଛି।


Post Views: 7

Leave A Reply

Your email address will not be published.