ନଦୀରୁ ବାଲି ଉଠାଉଥିବା ବେଳେ ମାଡ଼ି ଆସିଲା ପାଣି, ଭାସିଗଲେ ୨ ଶ୍ରମିକ

add-all

drow

ରାୟଗଡ଼ା: ନଦୀରୁ ବାଲି ଉଠାଉଥିବା ବେଳେ ହଠାତ୍ ପାଣି ମାଡ଼ି ଆସିବାରୁ ଦୁଇ ଜଣ ଶ୍ରମିକ ଭାସି ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର କୁଡ଼ିଙ୍ଗଗୁଡ଼ା ଗାଁ ନିକଟରେ ଘଟିଛି ଏହି ଘଟଣା। ମୃତ ଶ୍ରମିକଙ୍କ ନାଁ ମଞ୍ଜୁଳା ମାଝୀ।

କୁଡ଼ିଙ୍ଗଗୁଡ଼ା ଗାଁ ନିକଟସ୍ଥ ନଦୀରୁ ୪ ଜଣ ମହିଳା ବାଲି ଉଠାଉଥିବା ବେଳେ ପ୍ରବଳ ବର୍ଷା ହୋଇଥିଲା। ଆଉ ପାହାଡ଼ି ନଦୀରେ ହଠାତ୍ ଅଧିକ ପାଣି ମାଡ଼ି ଆସିଥିଲା। ଫଳରେ ମଞ୍ଜୁଳା ମାଝୀ ଓ ସୁକାଇ ମାଝୀ ଭାସି ଯାଇଥିଲେ। ସୁକାଇଙ୍କୁ ଅନ୍ୟ ଦୁଇ ଶ୍ରମିକ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ତେବେ ମଞ୍ଜୁଳାଙ୍କ ପତ୍ତା ମିଳି ନଥିଲା।

ଖବର ପାଇ ଟିକିରିରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ସେମାନେ ଖୋଜାଖୋଜି କରି ମଞ୍ଜୁଳାଙ୍କୁ ପାଇଥିଲେ। ପୁଲିସ୍ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Post Views: 7

ad-week
Leave A Reply

Your email address will not be published.