ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’, ହିନ୍ଦୀରେ ‘ସର୍ଦ୍ଦାର ଉଦ୍ଧମ’

add-all

pratikhya

ନୂଆଦିଲ୍ଲୀ: ଶ୍ରେଷ୍ଠ ଓଡ଼ିଆ ସିନେମା ଭାବେ ଚଳଚ୍ଚିତ୍ର ‘ପ୍ରତୀକ୍ଷା’କୁ ମିଳିବ ଜାତୀୟ ପୁରସ୍କାର। ଭାରତ ସରକାର ଆଜି ୬୯ତମ ଜାତୀୟ ଫିଲ୍ମ ପୁରସ୍କାର ତାଲିକା ଘୋଷଣା କରିଛନ୍ତି। ଏହି ଫିଲ୍ମର ପ୍ରଯୋଜନା ଅମୀୟ ପଟ୍ଟନାୟକ କରିଥିବା ବେଳେ ନିର୍ଦ୍ଦେଶକ ଥିଲେ ଅନୁପମ ପଟ୍ଟନାୟକ। ସେହିପରି ଭିକି କୌଶଲଙ୍କ ଅଭିନୀତି ଫିଲ୍ମ ‘ସର୍ଦ୍ଦାର ଉଦ୍ଧମ’ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ଜିତିଛି।

‘ଆରଆରଆର’ ସବୁଠାରୁ ଲୋକପ୍ରିୟ ସିନେମା ଭାବେ ଜାତୀୟ ଫିଲ୍ମ ପୁରସ୍କାର ପାଇବ। ଜାତୀୟ ସଂହତି ପାଇଁ ‘ଦି କଶ୍ମୀର ଫାଇଲ୍ସ’କୁ ଜାତୀୟ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସେହିପରି ସାଉଥ ଷ୍ଟାର ଆଲୁ ଅର୍ଜୁନ ପୁଷ୍ପା ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବେ। ଗକଙ୍ଗୁବାଈ କାଠିୱାଡ଼ା ପାଇଁ ଆଲିଆ ଭଟ୍ଟ ଓ ମିମି ପାଇଁ କୃତୀ ସାନନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ଦିଆଯିବ।

ସେହିପରି ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବେ ଶ୍ରେୟା ଘୋଷାଲ ଓ କାଳ ଭୈରବଙ୍କୁ ଶ୍ରେୟ ଗାୟକ ସମ୍ମାନ ମିଳିବ। ମିମି ପାଇଁ ପଙ୍କଜ ତ୍ରିପାଠୀ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଓ କଶ୍ମୀର ଫାଇଲ୍ସ ପାଇଁ ପଲ୍ଲବୀ ଯୋଶୀଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ପୁରସ୍କାର ମିଳିବ। ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ମରାଠି ଫିଲ୍ମ ଗୋଦାବରୀ ପାଇଁ ନିଖିଲ ମହାଜନଙ୍କୁ ପୁରସ୍କାର ମିଳିବ।


Post Views: 5

ad-week
Leave A Reply

Your email address will not be published.