କୁପରଲିଙ୍ଗା ଫୁଟ୍ ବଲ୍ ଟିମ୍ ତିନି ଦୁଇ ଗୋଲରେ ରୋମାଞ୍ଚକ ବିଜୟ ଲାଭ

add-all


ମାଲକାନଗିରି : ମାଲକାନଗିରି ସହର ଡି. ଏନ୍. କେ ଖେଳ ପଡିଆ ଠାରେ ଲେଟ୍ ଫୁଟ୍ ବୋଲ୍ ପ୍ଲେୟାର ମେମୋରିଆଲ୍ କପ୍ ୨୦୨୩ ଖେଳ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ କୂପର ଲିଙ୍ଗା ଟିମ୍ ଓ ଖଇରିପୁଟ୍ ୟାରୀଅର ଟିମ୍ ମଧ୍ୟରେ ସଂଘର୍ଷ ପୁର୍ଣ ଏବଂ ଚିତାକର୍ଷକ ଖେଳ ହୋଇଥିଲା ,ଏଥିରେ କୁପରଲିଙ୍ଗା ଟିମ୍ ତିନି ଦୁଇ ଗୋଲରେ ରୋମାଞ୍ଚକ ବିଜୟ ଲାଭ କରିଥିଲେ । ଆଜିର ଏହି ଖେଳରେ ମୁଖ୍ୟ ଅତିଥି ଭାବରେ ମାଲକାନଗିରି ଜିଲ୍ଲା ଆଇନ୍ ଜୀବୀ ସାମ୍ମୁଖ୍ୟ ସଭାପତି ତଥା ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଗୋପାଳ କୃଷ୍ଣ ପଣ୍ଡା ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ଫୁଟ ବୋଲ୍ ରେ ବିଜୟ ହୋଇଥିବା ଟିମ୍ ଙ୍କୁ ଟ୍ରଫି ପୁରସ୍କାର କରିଛନ୍ତି । ଏଥିରେ ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ରାଜ୍ୟ ଯୁବ ସମ୍ପାଦକ ରଵି ରାଜେଶ, ଜିଲ୍ଲା ଯୁବ ଉପସଭାପତି କଣ୍ଟେଶ ପଟଳା,ଯୁଵ ସଭାପତି ମାଲକାନଗିରି ନିର୍ବାଚନ ମଣ୍ଡଳୀ ବାବୁ ଗୁପ୍ତା, ଵ୍ଳକ ଯୁବ ସଭାପତି ଖଇରପୁଟ ଵିନୋଦ କୁମାର ଦେଶିଆନାୟକ,ଜିଲ୍ଲାଯୁବ ସଧାରଣ ସମ୍ପାଦକ ପ୍ରଫୁଲ୍ଲ ହରିଜନ ,ଜିଲ୍ଲା ଯୁବ ସମ୍ପାଦକ ଵସନ୍ତ ନାୟକ, ଵରିଷ୍ଟ ନେତା ଏସ ଵାଲା ଅତିଥି ଭାବରେ ଯୋଗ ଦେଇଥିଲେ, ରେଫରି ପପୁ ସିଂହ, କମେଣ୍ଟର ସଙ୍କର କ୍ଷିତି ପ୍ରମୁଖ ଙ୍କ ସହ ଶତାଧିକ ଖେଳ ପ୍ରେମୀ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.