କଞ୍ଚୁରୁ ରେ ଜାତୀୟ କ୍ରୀଡା ଦିବସ ପାଳିତ….

add-all


ହିଞ୍ଜିଳିକାଟୁ ୨୯/୮ ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଞ୍ଚୁରୁ ରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ସୁଜିତ୍ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମେଜର୍ ଧ୍ୟାନଚାନ୍ଦଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିବା ବେଳେ ବରିଷ୍ଠ ଶିକ୍ଷକ ଶ୍ରୀ ନିରଞ୍ଜନ ସାହୁ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ବିଦ୍ୟାଳୟ ଛାତ୍ର ଛାତ୍ରୀମାନେ ବିଭିନ୍ନ କ୍ରୀଡା ରେ ଭାଗ ନେଇଥିଲେ। ଏଥିରେ ବରିଷ୍ଠ ଶିକ୍ଷୟିତ୍ରୀ ଏଲ୍. ଗୌରୀ ଆଚାରୀ, ସନ୍ତୋଷିନୀ ଖିଲ , ମଧୁସୂଦନ ସାହୁ, ଆଦିତ୍ୟ କୁମାର ରଥ ଏବଂ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟ କ୍ରୀଡା ଶିକ୍ଷକ ଶ୍ରୀ ବିଭୂତି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.