‘ଇସ୍ରୋ’ ବୈଜ୍ଞାନିକ କହି ଚନ୍ଦ୍ରଯାନ-୩ ଲ୍ୟାଣ୍ଡର୍‌ ଡିଜାଇନ୍‌ କରିଛନ୍ତି ବୋଲି ଦାବି କରିଥିବା ଟ୍ୟୁସନ୍‌ ଶିକ୍ଷକ ଗିରଫ

add-all

ସୁରତ: ନିଜକୁ ‘ଇସ୍ରୋ’ର ବୈଜ୍ଞାନିକ ତଥା ‘ଚନ୍ଦ୍ରଯାନ-୩ର ବିକ୍ରମ୍‌ ଲ୍ୟାଣ୍ଡର୍‌’ର ଡିଜାଇନ୍‌ କରିଛନ୍ତି ବୋଲି କହି ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଉଥିବା ଟ୍ୟୁସନ୍‌ ଶିକ୍ଷକ ମିତୁଲ ତ୍ରିବେଦୀଙ୍କୁ ବୁଧବାର ଦିନ ସୁରତ କ୍ରାଇମ୍‌ ବ୍ରାଞ୍ଚ୍‌ ଗିରଫ କରିଛି।

ନିଜ ଦାବିକୁ ସତ୍ୟ ପ୍ରମାଣିତ କରିବା ଲାଗି ତ୍ରିବେଦୀ ‘ଇସ୍ରୋ’ର କିଛି କାଜଗପତ୍ର ଓ ଚିଠି ଜାଲିଆତି କରିଥିଲେ। ପୁଲିସ କହିବା ଅନୁସାରେ, ଦ୍ବାଦଶରୁ ଉଚ୍ଚ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ଟ୍ୟୁସନ୍‌ କରୁଥିବା ତ୍ରିବେଦୀ ସ୍ବୀକାର କରିଛନ୍ତି ଯେ, ଏଭଳି ଚିଠି ଓ କାଗଜପତ୍ର ଦେଖାଇଲେ ଅଭିଭାବକମାନେ ପିଲାମାନଙ୍କୁ ତାଙ୍କ ଟ୍ୟୁସନ୍‌ କ୍ଲାସ୍‌କୁ ପଠାଇବେ ଏବଂ ତାଙ୍କର ଅଧିକ ରୋଜଗାର ହେବ ବୋଲି ସେ ଆଶା କରିଥିଲେ।

ସାମ୍ବାଦିକମାନଙ୍କୁ ସୁରତ ଅତିରିକ୍ତ ପୁଲିସ କମିସନର୍‌ ଶରଦ ସିଂଘଲ କହିଛନ୍ତି ଯେ, ଏହି ଘଟଣାର ତଦନ୍ତ କରିବା ଲାଗି ପୁଲିସ କମିସନର୍‌ଙ୍କ ନିକଟକୁ ଖଣ୍ଡେ ଦରଖାସ୍ତ ଆସିଥିଲା। ‘ଇସ୍ରୋ’ ସହିତ ଯୋଗାଯୋଗ କରି କ୍ରାଇମ୍‌ ବ୍ରାଞ୍ଚ୍‌ ମଧ୍ୟ ଜାଣିବାକୁ ପାଇଲା ଯେ, ସେଠାରୁ ଏମିତି କୌଣସି ଚିଠି ଜାରି ହୋଇ ନାହିଁ, ତାହା ଜାଲ୍‌ ଚିଠି। ଏ ବିଷୟରେ ‘ଇସ୍ରୋ’ ଅଳ୍ପ କିଛି ଦିନ ଭିତରେ ସବିଶେଷ ବିବରଣୀ ଦେବ। ସିଂଘଲ ଆହୁରି ମଧ୍ୟ କହିଛନ୍ତି, ଗତକାଲି କ୍ରାଇମ୍‌ବ୍ରାଞ୍ଚ ମିତୁଲ ତ୍ରିବେଦୀଙ୍କୁ ଚୌକ୍‌ ବଜାର ଅଫିସକୁ ଡକାଇ ସବିଶେଷ ଜେରା କରିଥିଲା। ସେ ଚିଠି ଜାଲିଆତି କରିଥିବା କଥା ଆଜି ସ୍ବୀକାର କରିଛନ୍ତି।

ad-week
Leave A Reply

Your email address will not be published.