ସୁଟିଂରେ ଷ୍ଟଣ୍ଟ ମାରିବା ବେଳେ ପ୍ରଖର ସ୍ରୋତରେ ବୁଡ଼ି ଗଲେ ଓଡ଼ିଆ ନାୟକ

add-all

କଟକ : ଷ୍ଟଣ୍ଟ ସୁଟିଂ ବେଳେ ଅଘଟଣ। କାଠଯୋଡ଼ି ନଦୀରେ ଓଡ଼ିଆ ସିନେମା ସୁଟିଂ ବେଳେ ବଡ଼ ବିପଦରୁ ବର୍ତ୍ତି ଗଲେ ନାୟକ ଶ୍ରେୟାନ ଓ ନାୟିକା ଭୁମିକା। ନରାଜ ପାଖାପାଖି ଏକ ବ୍ରିଜ ଉପରେ ନଦୀକୁ ଡେଇଁବାର ଦୃଶ୍ୟର ସୁଟିଂ ଚାଲିଥିଲା। ପ୍ରଖର ସ୍ରୋତରେ ପଡି ଯାଇଥିଲେ ଶ୍ରେୟାନ। କ୍ରିଉ ମେମ୍ବର ପାଣିକୁ ଡେଇଁ ଉଭୟଙ୍କୁ ଉଦ୍ଧାର କରିଛନ୍ତି । ଗତକାଲି ଘଟିଛି ଘଟଣା।

ସୂଚନା ଅନୁସାରେ କଟକର କାଠଯୋଡ଼ି ଠାରେ ଏକ ଷ୍ଟଣ୍ଟ ସିନ ସୁଟିଂ ପାଣି ଭିତରେ। ନଈରେ ପ୍ରଖର ସୁଅ ହେତୁ ଭାସି ଯାଇଥିଲେ ନାୟକ ଶ୍ରେୟାନ। ହେଲେ ସେ ସାହସର ସହିତ ପହଁରି ପହଁରି ଆସି କୂଳରେ ଲାଗିଥିଲେ। ପରେ ଅନ୍ୟ ଲୋକମାନେ ତାଙ୍କୁ ସହଯୋଗ କରି ଡାକ୍ତରଖାନା ନେଇଯାଇଥିଲେ। ସେହିପରି ନାୟିକା ଭୂମିକା ମଧ୍ୟ ଏକ ଦୁର୍ଘଟଣାର ସାମ୍ନା କରିଥିଲେ ଯେଉଁଥିରେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ପୁନର୍ବାର ସୁଟିଂ ସେଟକୁ ଫେରିଛନ୍ତି ଏବଂ ପୁଣି ଆରମ୍ଭ ହୋଇଯାଇଛି ଫିଲ୍ମର ସୁଟିଂ।

ad-week
Leave A Reply

Your email address will not be published.