ହିନ୍ଦୁଧର୍ମକୁ ଧୋକା କହିଥିବା ସମାଜବାଦୀ ନେତାଙ୍କ ଜିଭ କାଟିବାକୁ ୧୦ ଲକ୍ଷ ଟଙ୍କା ଘୋଷଣା କଲେ କଂଗ୍ରେସ ନେତା

add-all

ମୋରାଦାବାଦ:  ହିନ୍ଦୁଧର୍ମକୁ ଧୋକା ବୋଲି କହି ସମ୍ପ୍ରତି ବିବାଦରେ ପଡ଼ିଥିବା ‘ସମାଜବାଦୀ ପାର୍ଟି’ର ନେତା ସ୍ବାମୀପ୍ରସାଦ ମୌର୍ଯ୍ୟଙ୍କ ଜିଭ ଯିଏ କାଟି ପାରିବ ତାଙ୍କୁ ନଗଦ ୧୦ ଲକ୍ଷ ଟଙ୍କା ପୁରସ୍କାର ଦେବେ ବୋଲି ଉତ୍ତର ପ୍ରଦେଶର ଜଣେ କଂଗ୍ରେସ ନେତା ଘୋଷଣା କରିଛନ୍ତି।

ମୋରାଦାବାଦ କଂଗ୍ରେସର ମାନବିକ ଅଧିକାର ବିଭାଗର ଅଧ୍ୟକ୍ଷ ପଣ୍ଡିତ ଗଙ୍ଗାରାମ ଶର୍ମା ଅଭିଯୋଗ କରିଛନ୍ତି ଯେ, ସମାଜବାଦୀ ପାର୍ଟିର ନେତା ହିନ୍ଦୁଧର୍ମକୁ ଅପମାନିତ କରିବା ସହିତ ଧର୍ମଗ୍ରନ୍ଥ ରାମଚରିତମାନସକୁ ଅପବିତ୍ର କରିଛନ୍ତି। ସେ ପୁରସ୍କାର ଘୋଷଣା କରିଥିବା ଚିଠିଟି ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।

ସୂଚନାଯୋଗ୍ୟ, ଚଳିତ ସପ୍ତାହ ପ୍ରାରମ୍ଭରେ ମୌର୍ଯ୍ୟ ‘ଏକ୍ସ୍‌’ରେ (ଟୁଇଟର୍‌) ହିନ୍ଦୁଧର୍ମ ନାମରେ କୌଣସି ଧର୍ମ ନାହିଁ, ହିନ୍ଦୁ ଧର୍ମ କେବଳ ଧୋକା ଅଟେ। ସମାଜରେ ଭେଦଭାବ ପାଇଁ ମଧ୍ୟ ସେ ବ୍ରାହ୍ମଣବାଦକୁ ଦାୟୀ କରିଥିଲେ।

ସେହିପରି, ଗତ ଜାନୁଆରି ମାସରେ ସେ (ସମାଜବାଦୀ ନେତା) ରାମଚରିତମାନସକୁ ନିରର୍ଥକ କହି ଏହା ଉପରେ ନିଷେଧାଦେଶ ଲାଗୁ କରିବା ଲାଗି ଦାବି କରିଥିଲେ। ସେ କହିଥିଲେ ଯେ, ରାମଚରିତମାନସ ଶୁଦ୍ରମାନଙ୍କୁ ନିମ୍ନ ଜାତି ବୋଲି ବର୍ଣ୍ଣନା କରୁଛି ଏବଂ ଆପଣା ଖୁସି ପାଇଁ ତୁଳସୀଦାସ ତାହା ରଚନା କରିଥିଲେ।

ଉପରୋକ୍ତ ଟିପ୍ପଣୀ ଯୋଗୁଁ ବ୍ୟାପକ ସମାଲୋଚନା ହୋଇଥିଲା ଏବଂ ଅଖିଳେଶ ଯାଦବ ନେତୃତ୍ବାଧୀନ ସମାଜବାଦୀ ପାର୍ଟି ମୌର୍ଯ୍ୟଙ୍କ ଟିପ୍ପଣୀରୁ ନିଜକୁ ଦୂରେଇ ରଖିଥିଲା।

ad-week
Leave A Reply

Your email address will not be published.