ଗାଁକୁ ଫେରିଲା ହାଇଦ୍ରାବାଦରେ ଆତ୍ମହତ୍ୟା କରିଥିବା ଶ୍ରମିକଙ୍କ ମୃତଦେହ

add-all

ଫୁଲବାଣୀ: ଫିରିଙ୍ଗିଆ ବ୍ଲକ ଅଧିନରେ ଥିବା ରତଙ୍ଗ ପଞ୍ଚାୟତ ପୋଡାପଡା ଗାଁର ମୃତ ଭୋଲେଶ୍ୱର ମୁଖୀଙ୍କ ମୃତଦେହ ନିଜ ଗାଁ ପୋଡାପଡାରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ମଧ୍ୟରେ ଅନ୍ତିମ ସଂସ୍କାର କରାଯାଇଛି। ତେବେ ଗତ ତିନିବର୍ଷ ହେଲା ମୃତ ଶ୍ରମିକ ପିଣ୍ଟୁ ମୁଖୀ ନିଜ ପରିବାର ସହ ହାଇଦ୍ରାବାଦର ନାଳଗୁ ଜିଲ୍ଲା ନାଳଗୁ ଥାନା ଅଧିନରେ ଥିବା ଏକ କୁକୁଡା ଫାର୍ମରେ ଶ୍ରମିକ ଭାବରେ କାମ କରିଆସୁଥିଲେ। ପ୍ରାୟ ତିନିବର୍ଷ ତଳେ ତାଙ୍କର ବିବାହ ହୋଇଥିବା ବେଳେ ତାଙ୍କର ଏକ ଦେଢବର୍ଷର ଝିଅ ମଧ୍ୟ ରହିଛି।

ସ୍ୱାମୀ-ସ୍ତ୍ରୀ ମଧ୍ୟରେ କଳହ ପରେ ଏପରି ଘଟିଥିବା କୁହାଯାଇଛି। ଏକ ଆମ୍ବୁଲାନ୍ସରେ ମୃତଦେହ ନିଜ ଗାଁ ପୋଡାପଡାକୁ ଅଣାଯାଇଛି। ଅନ୍ୟପଟେ ଏହି ଘଟଣାକୁ ମୃତ ଶ୍ରମିକର ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନଥିବା ବେଳେ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି କହିବା ସହ ଏହି ଘଟଣାର ସଠିକ ତଦନ୍ତ ପାଇଁ ମୃତ ଶ୍ରମିକଙ୍କ ପରିବାର ପକ୍ଷରୁ ଫିରିଙ୍ଗିଆ ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି। ଅନ୍ୟପଟେ ଘଟଣା ପରେ ମୃତ ଶ୍ରମିକଙ୍କ ସ୍ତ୍ରୀର ମାମୁଁଙ୍କୁ ହାଇଦ୍ରାବାଦରେ ପୁଲିସ ଥାନାରେ ଅଟକ ରଖି ପଚରା ଉଚୁରା ଜାରି ରଖିଥିବା ସୁଚନା ମିଳିଛି।

ad-week
Leave A Reply

Your email address will not be published.