ଆମେରିକାରେ ହରିକେନ ଇଡାଲିଆର ଧ୍ବଂସଲୀଳା: ଫ୍ଲୋରିଡା ଜଳମଗ୍ନ

add-all

ଆମେରିକାରେ ହରିକେନର ଧ୍ବଂସଲୀଳା । ଲ୍ୟାଣ୍ଡଫଲ୍ ପରେ ଫ୍ଲୋରିଡାରେ ତାଣ୍ଡବ ରଚିଛି ଇଡାଲିଆ । ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ବହୁ ଅଞ୍ଚଳ ଜଳମଗ୍ନ ହୋଇଛି । ସମୁଦ୍ରରେ ଉଠିଥିଲା ୧୫ ଫୁଟରୁ ଅଧିକ ଉଚ୍ଚର ଜୁଆର । ୨୦୦ କିଲୋମିଟରରୁ ଅଧିକ ବେଗରେ ବହିଥିଲା ପବନ । ସାମନାରେ ଯାହା ପାଇଲା ଉଡ଼ାଇଲା, ଫୋପାଡିଲା ଓ ଭାଙ୍ଗିଲା ।

ଫ୍ଲୋରିଡା ସହର ଜଳମଗ୍ନ। କାଟାଗୋରୀ ୪ରେ ପରିଣତ ହୋଇ ଉତ୍ତର ଫ୍ଲୋରିଡାରେ ସ୍ଥଳଭାଗ ଛୁଇଁଥିଲା ଇଡାଲିଆ। ବିଗ ବେଣ୍ଡଠାରେ ସ୍ଥଳଭାଗ ଛୁଇଁ ତାଣ୍ଡବ ରଚିଥିଲା । ଘଣ୍ଟାପ୍ରତି ପ୍ରାୟ ୨୧୦ କିମି ବେଗରେ ପବନ ବହି ଫ୍ଲୋରିଡାର ଗଲ୍ଫ ଅଫ କୋଷ୍ଟକୁ ଛାରଖାର କରି ଦେଇଛି। କିଛି ଘଣ୍ଟା ଧରି ତାଣ୍ଡବ ରଚିଲା ଇଡ଼ାଲିଆ। ଲ୍ୟାଣ୍ଡଫଲ ପରେ ପ୍ରବଳ ବେଗରେ ପବନ ବହିବା ସହ ଭୀଷଣ ବର୍ଷା ହୋଇଛି।ଉତ୍ତର ଫ୍ଲୋରିଡା, ଜର୍ଜିଆ ଆଟଲାଣ୍ଟାରେ ମଧ୍ୟ ପ୍ରବଳ ବେଗରେ ପବନ ସହ ବର୍ଷା ହୋଇଛି। ମାଟିରେ ମିଶିଛି ଘରଦ୍ବାର। ଧରାଶାୟୀ ହୋଇଛି ବିଜୁଳି ଭିତ୍ତିଭୂମି। ଅନ୍ଧାରରେ ଅଛନ୍ତି ପ୍ରାୟ ଅଢ଼େଇ ଲକ୍ଷ ଲୋକ। ହଜାରେରୁ ଅଧିକ ବିମାନର ଉଡାଣ ରଦ୍ଦ କରାଯାଇଛି । ଫ୍ଲୋରିଡାର ୬୭ଟି କାଉଣ୍ଟିରୁ ୨୮ଟି କାଉଣ୍ଟିର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲା ବାଇଡେନ ପ୍ରଶାସନ ।

ad-week
Leave A Reply

Your email address will not be published.