ISRO ବୈଜ୍ଞାନିକଙ୍କ ସହ ଅଭଦ୍ରାମୀ, ଅଫିସ୍‌ ଯାଉଥିବା ବେଳେ ସ୍କୁଟି ଚାଳକ କଲେ ଆକ୍ରମଣ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

add-all

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଜଣେ ବୈଜ୍ଞାନିକ ବେଙ୍ଗାଲୁରୁ ରାସ୍ତାରେ ଅଭଦ୍ରାମୀର ଶିକାର ହୋଇଛନ୍ତି। ବୈଜ୍ଞାନିକ ଜଣକ ହେଲେ ଆଶିଷ ଲାମ୍ବା। ଆଶିଷ ଅଫିସ୍‌ ଯାଉଥିବା ବେଳେ ଜଣେ ସ୍କୁଟର ଚାଳକ ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଏହି ପୂରା ଘଟଣା ବୈଜ୍ଞାନିକଙ୍କ କାର୍‌ର ଡ୍ୟାସ୍‌ବୋର୍ଡରେ ଲାଗିଥିବା କ୍ୟାମେରାରେ ରେକର୍ଡ ହୋଇଛି। ଆଶିଷ ଭିଡିଓ ସେୟାର କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଘଟଣା ଅଗଷ୍ଟ ୨୯ ତାରିଖ ସକାଳ ୯ଟା ୩ ମିନିଟ୍‌ର ବୋଲି କୁହାଯାଉଛି। ସୂଚନା ମୁତାବକ, ଇସ୍ରୋ ବୈଜ୍ଞାନିକ ଆଶିଷ ଲାମ୍ବା ସକାଳେ ଅଫିସ୍‌ ଯାଉଥିଲେ। ଏହି ସମୟରେ ସେ ରୋଡ୍‌ ରେଜ୍‌ର ଶିକାର ହୋଇଥିଲେ। ଆଶିଷ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଘଟଣା ବିଷୟରେ ବର୍ଣ୍ଣନା କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଏହି ଘଟଣା ବେଙ୍ଗାଲୁରୁର ପୁରୁଣା ବିମାନବନ୍ଦର ରୋଡ୍‌ରେ ନବନିର୍ମିତ ଏଚ୍‌ଏଏଲ୍‌ ଅଣ୍ଡରପାସ୍‌ ନିକଟରେ ଘଟିଛି। ଡ୍ୟାସ୍‌କ୍ୟାମରେ ରେକର୍ଡ ଭିଡିଓରେ ଦେଖାଯାଉଛି କି, ବିନା ହେଲ୍‌ମେଟରେ ଜଣେ ସ୍କୁଟର ଚାଳକ କାର୍‌ ସାମ୍ନାରେ ଆସି ଅଟକୁଛନ୍ତି। ଯୁବକ ଜଣକ ପ୍ରଥମେ କାର୍‌କୁ ସାଇଡ୍‌ ମାରି ଏହା ସାମ୍ନାକୁ ଚାଲି ଆସିଥିଲେ, ଯାହାଫଳରେ ଆଶିଷଙ୍କୁ ହଠାତ୍‌ ବ୍ରେକ୍‌ ମାରିବାକୁ ପଡ଼ିଥିଲା।

କାର୍‌ ରାସ୍ତାରେ ଅଟକିବା ପରେ ଯୁବକ ଜଣକ ଗାଳିଗୁଲଜ କରିବାକୁ ଲାଗିଥିଲେ। ସେ କାର୍‌ର ବନେଟ୍‌କୁ ମଧ୍ୟ ଗୋଇଠା ମାରିଥିଲେ। ଏହାପରେ ସେଠାରୁ ସେ ଚାଲିଯାଇଥିଲେ। ସେପଟେ ଘଟଣା ସମ୍ପର୍କରେ ବୈଜ୍ଞାନିକ ଆଶିଷ ଲାମ୍ବା ବେଙ୍ଗାଲୁରୁ ସିଟି ପୋଲିସକୁ ଅବଗତ କରାଇଛନ୍ତି।

ad-week
Leave A Reply

Your email address will not be published.