ଦାରିଙ୍ଗବାଡ଼ି (୫/୯) : ଆସନ୍ତା କାଲି ଜନ୍ମାଷ୍ଟମୀ ପର୍ବ ପାଳନ କରିବା ନେଇଁ ଦାରିଙ୍ଗବାଡ଼ି ଥାନା ପୋଲିସ ପକ୍ଷରୁ ଆଇନ ଶୃଙ୍ଖଳା କଡ଼ାକଡ଼ି କରାଯାଇଛି । ଥାନା ଅଧିକାରୀ ଜିତେନ୍ଦ୍ର କୁମାର ବେହେରାଙ୍କ ନେତୃତ୍ୱରେ ଦାରିଙ୍ଗବାଡ଼ି ବଜାରରେ ଫ୍ଲାଗ ମାର୍ଚ୍ଚ କରି ପୋଲିସ ଫୋର୍ସ ବୁଲି ସମସ୍ତଙ୍କୁ ସତର୍କ ସୂଚନା ପ୍ରଦାନ କରିଥିବା ବେଳେ ଅନୁରୂପ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ନେତୃତ୍ୱରେ ବ୍ରାହ୍ମଣୀଗାଁ ବଜାର ଓ ସାହି ଏରିଆ ଫ୍ଲାଗ ମାର୍ଚ୍ଚ କରି ପୋଲିସ ଫୋର୍ସ ବୁଲି ସମସ୍ତଙ୍କୁ ସତର୍କ ସୂଚନା ପ୍ରଦାନ କରିଥିବା ଖବର ହସ୍ତଗତ ହୋଇଛି । ୨୦୦୮ମସିହାରେ ଏହି ଜନ୍ମାଷ୍ଟମୀ ପର୍ବ ପାଳନ ସମୟରେ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କୁ ଦୁର୍ବୃତ୍ତ ହତ୍ୟା କରିଥିଲେ । ଏହାରି ଫଳରେ କନ୍ଧମାଳ ଜିଲ୍ଲାରେ ଦଙ୍ଗା ହୋଇ ଅନେକ ନିରୀହ ଜନତାଙ୍କ ଜୀବନ ଯାଇଥିଲା । ଏଣୁ ସେହି ଦିନଠାରୁ ପ୍ରତିବର୍ଷ ଜନ୍ମାଷ୍ଟମୀ ପର୍ବ ପାଳନ ନେଇ ପୋଲିସ ପକ୍ଷରୁ ଆଇନ ଶୃଙ୍ଖଳା କଡ଼ାକଡ଼ି କରି ସମସ୍ତଙ୍କୁ ସତର୍କ କରିବା ପାଇଁ ଫ୍ଲାଗ ମାର୍ଚ୍ଚ କରି ଆସୁଛି ।
