ଏକ ଲକ୍ଷ ଇନାମୀ ନକ୍ସଲ କମାଣ୍ଡର ସମେତ ପାଞ୍ଚ ମିଲିସିଆ ନକ୍ସଲଙ୍କ ଆତ୍ମସମର୍ପଣ…

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ପୋଲିସ କୁ ମିଳିଛି ଏକ ବଡ଼ ସଫଳତା । ସୀମାନ୍ତ ସୁକମା ଜିଲ୍ଲାର ଚିନ୍ତାଗୁଫା ଥାନା ଅଞ୍ଚଳରେ ବିଭିନ୍ନ ନକ୍ସଲ ହିଂସାକାଣ୍ଡ ଜଡ଼ିତ ଥିବା ପାଞ୍ଚ ଜଣ ମିଲିସିଆ ନକ୍ସଲ ପୋଲିସ ନିକଟରେ ଆଜି ଆତ୍ମସମର୍ପଣ କରିଛନ୍ତି ଏଥିରେ ଜଣେ ଏକ ଲକ୍ଷ ଇନାମୀ ମିଲିସିଆ କମାଣ୍ଡର ଥିବା ସୁକମା ପୋଲିସ ପକ୍ଷରୁ ସୂଚନା ମିଳିଛି l ଛତିଶଗଡ ସରକାରଙ୍କ “ଛତିଶଗଡ ନକ୍ସଲବାଦ ବିଲୋପ ନୀତି” ଏବଂ ସୁକମା ପୋଲିସ ଦ୍ୱାରା ପରିଚାଳିତ “ପୁନା ନାରକମ୍ ଅଭିଆନ୍” ଅଧୀନରେ ବିଶ୍ୱାସ, ବିକାଶ ଏବଂ ନିରାପତ୍ତା ଦ୍ୱାରା ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଛନ୍ତି l ଏହି ପାଞ୍ଚ ନକ୍ସଲଙ୍କୁ ଏକ ପ୍ରୋତ୍ସାହନ ରୂପେ ଆର୍ଥିକ ସହାୟତା ଯୋଗାଇ ଦିଆଯାଇବା ସରକାରଙ୍କ ପୁନର୍ବାସ ଯୋଜନା ଅଧୀନରେ ସମସ୍ତ ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କୁ ଆଗାମୀ କିଛି ଦିନରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ad-week
Leave A Reply

Your email address will not be published.