ତିନି ମାସ ହେଲା ଛେଳି ପୋଷିବା ସହ ଗୁହାଳ ସଫା କରୁଛନ୍ତି ପୋଲିସ୍ ବାବୁ…

add-all

chheli

ନିଳଗିରି : ଛେଳି ପୋଷୁଛନ୍ତି ପୋଲିସ୍। ଖାଦ୍ୟ ଦେବା ସହ ଗୁହାଳ ସଫାକରୁଛି ପୋଲିସ୍। ଏଭଳି ଘଟଣା ଦେଖିବାକୁ ମିଳିଛି ନିଳଗିରି ଥାନାରେ। ଦୁଇଟି ଛେଳିର ଖାଇବା,ପିଇବା,ରହିବା ସହିତ ଦେଖାରଖା କରୁଛନ୍ତି ନିଳଗିରି ପୋଲିସ୍ ବାବୁ ମାନେ। ଦିନେ କି ଦୁଇ ଦିନ ନୁହେଁ ତିନି ମାସ ହେବ।

ସୂଚନାରୁ ଜଣାଯାଇଛି, ଗତବର୍ଷ ଅକ୍ଟୋବର ୨୧ ତାରିଖ କିଛି ଦୁର୍ବୃତ୍ତ ମୟୂରଭଞ୍ଜ ଅଞ୍ଚଳରୁ ୫ ଟି ଛେଳି ଚୋରି କରି ଆଣିଥିଲେ। ବାଲେଶ୍ଵର ଜିଲ୍ଲା ନିଳଗିରି ବ୍ଲକ୍ ଭାଲୁକାଶୁଣି ଛକ ନିକଟରେ ସେମାନେ ଛେଳି ଗୁଡ଼ିକ ଏକ ଗଛରେ ବାନ୍ଧି ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତିଙ୍କ ଠାରୁ ଛିନ୍ତାଇ କରୁଥିଲେ। ଏହି ସମୟରେ ୩ ଜଣ ଦୁର୍ବୃତ୍ତଙ୍କୁ ,ଗ୍ରାମବାସୀ ମାନେ କାବୁ କରିବା ସହ ୪ ଟି ଛେଳିକୁ ଉଦ୍ଧାର କରିଥିଲେ । ପରେ ସଂପୃକ୍ତ ଦୁର୍ବୃତ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିଲା ପୋଲିସ୍।

ତେବେ ଗତ ତିନି ମାସ ତଳେ ଛେଳି ଗୁଡ଼ିକ କିଏ ପୋଷିବ ସେ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଲାଗିଥିଲା ଟଣା ଓଟରା। ଆପୋଷ ବୁଝାମଣା ବିଫଳ ହେବାରୁ, ୩ ମାସ ପୂର୍ବରୁ  ଛେଳି ଧରି ଥାନାକୁ ନେଇ  ଆସିଥିଲେ ପୋଲିସ୍ ବାବୁ। ତେବେ ଥାନା ଅଧିକାରୀ ଗୋପାଳ ଚନ୍ଦ୍ର କର୍ଣ୍ଣ ସବୁକଥା ଶୁଣି, ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିଥିଲେ। ହେଲେ ଆଲୋଚନା ବିଫଳ ହୋଇଥିଲା।  ଯାହା ଫଳରେ ଛେଳି ଗୁଡ଼ିକ ଥାନାରେ ରହିବ ବୋଲି, ସେ ନିଷ୍ପତି ନେଇଥିଲେ । ସେହି ଦିନ ଠାରୁ ଛେଳି ପୋଷୁଛି ପୋଲିସ୍।

ad-week
Leave A Reply

Your email address will not be published.