ବାପାକୁ କାଠ ଫାଳିଆରେ ପିଟି ହତ୍ୟା କଲା ପୁଅ…

add-all

beat

ବ୍ରହ୍ମପୁର : ବୀଭତ୍ସ କାଣ୍ଡ। ବାପାକୁ କାଠ ଫାଳିଆରେ ପିଟି ହତ୍ୟା କଲା ପୁଅ। ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁମାରପୁର ଗାଁରେ ଏହି ଜଘନ୍ୟକାଣ୍ଡ ଘଟିଛି। ସାମାନ୍ୟ ବଚସାରୁ ବାପାକୁ ହତ୍ୟା କରିଥିବା ସୂଚନା ମିଳିଛି। ମୃତକ କୁମାରପୁର ଗାଁର ରମେଶ ପ୍ରଧାନ।

ସୂଚନା ଅନୁସାରେ ସାମାନ୍ୟ କାରଣ ନେଇ ଉଭୟ ବାପ ପୁଅ ଭିତରେ ବଚସା ହୋଇଥିଲା। ଏହାପରେ ପୁଅ ଦାମ ପ୍ରଧାନ ଉତ୍ୟକ୍ତ ହୋଇ ବାପାଙ୍କ ମୁଣ୍ଡକୁ ଏକ କାଠ ଫାଳିଆରେ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଅଭିଯୁକ୍ତ ପୁଅ ଦାମକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

ad-week
Leave A Reply

Your email address will not be published.