ହିଞ୍ଜିଳି ରେ ଆମ ପୋଲିସ ସମିତି ବୈଠକ…

ପୋଲିସ ଓ ଜନସମ୍ପର୍କ କୁ ନେଇ ଆଲୋଚନା…

add-all


ହିଞ୍ଜିଳିକାଟୁ ୨୨!୯ ହିଞ୍ଜିଳି ଥାନା ଅଧୀନସ୍ଥ ତଥା ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ବ୍ଳକ ଅନ୍ତର୍ଗତ ଗଣ୍ଡୋଳା ପଞ୍ଚାୟତ କାର୍ଯ୍ୟାଳୟଠାରେ ହିଞ୍ଜିଳି ପୋଲିସ ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠି,ଏସ୍ଆଇ ଟୁକୁନା ସ୍ଵାଇଁ, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ, କନଷ୍ଟେବଳ ଜିତେନ୍ଦ୍ର କୁମାର ଗୌଡ, ପଞ୍ଚାୟତ ସମିତି ସଭ୍ୟ ପ୍ରଶାନ୍ତ ସାହୁ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଗାନ୍ଧି ପଣ୍ଡା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଇପିଲି ରୁଷିଆ,ଯୁବସଙ୍ଗଠକ ବାଳକୃଷ୍ଣ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ I ଏହି କାର୍ଯ୍ୟକ୍ରମରେ ସମାଜରୁ ଅନ୍ଧ ବିଶ୍ବାସ,ଗୁଣି ଗାରେଡ଼ି, କୁସଂସ୍କାର,ବାଲ୍ୟବିବାହ କିପରି ଦୂର କରାଯାଇପାରିବ ସେହି ସମ୍ପର୍କରେ ଜଣସାଧାରଣଙ୍କୁ ସଚେତନ କରାଯାଇଥିଲା। ବିଶେଷ କରି ବ୍ୟାଙ୍କ ଠକେଇ,ଏଟିଏମ୍ ଠକେଇ, ସାଇବର୍ ଅପରାଧୀଙ୍କ ପ୍ରତି ଅଧିକ ସତର୍କ ରହିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା Iଏହା ସହିତ ସାଧାରଣ ଲୋକେ କୌଣସି ଆଇନଗତ ସମସ୍ୟାର ସମୁଖୀନ ହେଉଥିବା କାର୍ଯ୍ୟରେ ପୋଲିସର ସହାୟତା ନେବାପାଇଁ ଉପସ୍ଥିତ ଥାନା ଅଧିକାରୀ ଏବଂ ଅତିଥିଗଣ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ I କାର୍ଯ୍ୟକ୍ରମରେ ସ୍ଥାନୀୟ ଅଙ୍ଗନୱାଡି କର୍ମୀ, ଆଶା କର୍ମୀଙ୍କ ସମେତ ଗଣ୍ଡଳା ପଞ୍ଚାୟତର ବହୁ ଲୋକ ଉପସ୍ଥିତ ଥିଲେ

ad-week
Leave A Reply

Your email address will not be published.