ନିଖୋଜ ଥିଲେ ଟ୍ରଲର କର୍ମଚାରୀ, ମିଳିଲା ମୃତଦେହ

add-all

paradeep_1695885771

ପାରାଦୀପ : ୭ ଦିନ ହେଲା ନିଖୋଜ ଥିଲେ ଟ୍ରଲର କର୍ମଚାରୀ। ଆଜି ସକାଳେ ପାରାଦୀପ ନେହରୁବଙ୍ଗଳା ଫିସିଙ୍ଗ ହାର୍ବରରୁ ମିଳିଲା ମୃତଦେହ। ମୃତ ଟ୍ରଲର କର୍ମଚାରୀ ଜଣଙ୍କ ହେଲେ ହେମନ୍ତ ମଲ୍ଲିକ। ତାଙ୍କ ଘର ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳରେ।
ହେମନ୍ତ ପାରାଦୀପର ଏକ ମାଛଧରା ଟ୍ରଲରରେ ମାଷ୍ଟର ଭାବେ କାର୍ଯ୍ୟ କରୁଥିଲେ। ୨୨ତାରିଖରୁ ସେ ନିଖୋଜ ଥିଲେ। ପରିବାର ଲୋକ ନିଖୋଜ ସମ୍ପର୍କରେ ପାରାଦୀପ ସାମୁଦ୍ରିକ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ହେମନ୍ତଙ୍କୁ ଖୋଜାଖୋଜି କରୁଥିଲା ବେଳେ ଆଜି ସକାଳେ ତାଙ୍କ ମୃତଦେହ ନେହରୁବଙ୍ଗଳା ଫିସିଙ୍ଗ ହାର୍ବରରୁ ମିଳିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
ହେମନ୍ତଙ୍କୁ ହତ୍ୟା କରାଯାଇଛି ନା ଆଉ କିଛି ଆଉ କିଛି କାରଣ ଅଛି ତାହା ଜଣାପଡ଼ି ନାହିଁ। ଅନ୍ୟପକ୍ଷରେ ପରିବାର ଲୋକଙ୍କର କିଛି ପ୍ରତିକ୍ରିୟା ମିଳିନାହିଁ।

ad-week
Leave A Reply

Your email address will not be published.