ଫୁଲବାଣୀରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ ଆଲୋଚନା

add-all


ଫୁଲବାଣୀ – ଫୁଲବାଣୀ ସହର ରେ ବର୍ତ୍ତମାନ୍ ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବା ରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ଟ୍ୟାକ୍ସ ସଂଗ୍ରହ କରିବାକୁ ଉଦ୍ୟମ
କରିବା ରୁ ମିଳିତ ନାଗରିକ କମିଟି ପକ୍ଷରୁ ସଭାପତି ଡଃ. ଅରୂପ ଜେନାଙ୍କ ସଭାପତିତ୍ଵ ରେ ଗୁରୁବାର ବନାନୀ କଳା ସଙ୍ଗମ ଠାରେ ମୁନିସିପାଲିଟି କାଉନ୍ସିଲର ଓ ଅଧ୍ୟକ୍ଷ, ପୂର୍ବତନ ଅଧ୍ୟକ୍ଷ, ଆଇନଜିବି, ବୁଦ୍ଧିଜିବୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ଅଧ୍ୟକ୍ଷl ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ପୂର୍ବତନ ଅଧ୍ୟକ୍ଷ କମଳା କାନ୍ତ ପାଣ୍ଡେ, ପ୍ରତାପ ପାତ୍ର, ଆଇନଜିବି ବିଜୟ ପଟନାୟକ, ବଜୟ ମହାନ୍ତି ଭଗବାନ ମହାନ୍ତି ପ୍ରମୁଖ ଯୋଗଦେଇ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ କୁ ନେଇ ଉଦବେଗ ପ୍ରକାଶ କରିଥିଲେ ଆଉ ସର୍ଭେ ସମୟରେ କିଛି ଦୁର୍ନୀତି ଗ୍ରସ୍ତ ଅଧିକାରୀ ପାତର ଅନ୍ତର କରାଯାଇଥିବା ଅଭିଯୋଗ କରିଥିଲେ ଆଉ ଏହାକୁ ତୁରନ୍ତ ହ୍ରାସ କରିବା ପାଇଁ କହିଥିଲେ l ମୁନିସିପାଲିଟି ପକ୍ଷ୍ୟରୁ କାଉନ୍ସିଲର ମାନେ ମିଶି ଏକ ରେଜୋଲୁସନ କରି ଟ୍ୟାକ୍ସ ହ୍ରାସ କରିବା ଲାଗି ସରକାରଙ୍କ ନିକଟକୁ ପଠାଇବା ପାଇଁ ମତ ପ୍ରକାଶ ପାଇଥିଲା l
ଆବାହକ ଅଶୋକ ପରିଡା ସ୍ୱାଗତ୍ ଭାଷଣ ପ୍ରଦାନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l

ad-week
Leave A Reply

Your email address will not be published.