ଆସିକା ରେ ପୁଣି ଏକ ମୃତ ଦେହ ଉଦ୍ଧାର : ଦୁଇଟି ମୃତ୍ୟୁ କୁ ନେଇ ସନ୍ଦେହ ଘନୀଭୂତ…!

ବିଷାକ୍ତ ମଦ ମୃତ୍ୟୁ ଆଶଙ୍କା…!

add-all


ବ୍ରହ୍ମପୁର:୨୮-୯ ଆଜି ପୁଣି ଆସିକା ପୋଲିସ ସୁନାମ୍ବ ଦଣ୍ଡ କାଳୀ ମନ୍ଦିର ନିକଟରୁ ଆଉ ଜଣେ ବ୍ୟକ୍ତିର ମୃତ ଦେହ ଠାବ କରିଛି। ମୃତ ବ୍ୟକ୍ତି ଜଣକ ହରିହର ଦାସ (୬୨) ବର୍ଷ ବୋଲି ଜଣା ପଡ଼ିଛି। ଗତ କାଲି ଆସିକା ଜନସ୍ୱାସ୍ଥ୍ୟ ବିଭାଗ ରେ କାର୍ଯ୍ୟରତ ଜୈନିକ କର୍ମଚାରୀ ବିଷ୍ଣୁ ପରିର୍ଚ୍ଛା ନାମକ (୪୯) ଆଜି ଆସିକା ସୁନାମ୍ବ ଦଣ୍ଡ କାଳି ନିକଟରେ ଥିବା ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟଳୟ ରେ ବିଷ୍ଣୁ ପରିଚ୍ଛା ଙ୍କ ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା। ଉକ୍ତ ମୃତ ଦେହ କୁ ଉଦ୍ଧାର କରି ଆସିକା ପୋଲିସ ଚିକିତ୍ସାଳୟ କୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହି କର୍ମଚାରୀ ମୃତ୍ୟୁ ବିଷାକ୍ତ ମଦ୍ୟପାନ ଯୋଗୁଁ ଘଟିଛି ବୋଲି କାଲି ଚାର୍ଚ୍ଚା ହେଉଥିଲା। ଆଜି ପୁଣି ମନ୍ଦିର ନିକଟରୁ ସନ୍ଦେହ ଜନକ ଭାବେ ଏହି ମୃତ ଦେହ ଠାବ ହେବା ନିକଟରେ ଗୋଟିଏ ଗ୍ଲାସ ଥିବା ଘଟଣାକୁ ଅଞ୍ଚଳ ବାସୀ ମଦ ମୃତ୍ୟୁ ହୋଇଥାଇ ପାରେ ବୋଲି ଚର୍ଚ୍ଚା କରୁଛନ୍ତି। ପ୍ରକାଶ ଥାଉକି ନିସର୍ତ୍ତ ରେ ରୀତିମତ ଗଞ୍ଜାମ ଜିଲ୍ଲାରେ ପୁଣି ମଦ ମୃତ୍ୟୁ ହେବ ବୋଲି ଏକ ମାସ ହେଲା ଖବର ପ୍ରକାଶ ହେଉଛି।ଖବର କୁ ଅବକାରୀ ବିଭାଗ ହାଲୁକା ଭାବେ ନେବା ଅପମିଶ୍ରଣ ମଦ ପ୍ରସ୍ତୁତ ବେଳେ ବ୍ୟବହାର ହେଉଥିବା ପୋଚ କୁ ଯାଞ୍ଜ ନକରିବା ଯୋଗୁଁ ଆଜି ର ଏହି ମୃତ୍ୟୁ ଜନିତ ଘଟଣା କଣ ମଦ ମୃତ୍ୟୁ କୁ ଉଙ୍ଗୁଳି ନିର୍ଦ୍ଧେଶ କରୁଛି କି ବୋଲି ଚାର୍ଚ୍ଚା ହେଉଛି। ଶବ ବ୍ୟବଛେଦ ପରେ ପ୍ରକୃତ ଘଟଣା ଲୋକଲୋଚନକୁ ଆସିବ ବିଷାକ୍ତ ମଦ୍ୟପାନ ଯୋଗୁଁ ମୃତ୍ୟୁ ଘଟିଛି ଆଉ ଅନ୍ୟ କିଛି କାରଣ ରୁ ମୃତ୍ୟୁ ଘଟିଛି। ନିସର୍ତ୍ତ ରେ ଗଞ୍ଜାମ ଜିଲ୍ଲାରେ ଯେଉଁ ଭଳି ଭାବେ ଅପମିଶ୍ରଣ ମଦ ପ୍ରସ୍ତୁତ ହେଉଛି,ସେ ସମ୍ପର୍କରେ ରେ ବାରମ୍ବାର ଖବର ପ୍ରକାଶ ହେଉଛି।ମଦ ମାଫିଆ ଓ ଅବକାରୀ ବାବୁ ମାନଙ୍କ ମିଲି ଭଗତ ଯୋଗୁଁ ଏହି ଅପମିଶ୍ର ମଦ କାରବାର ଅଧିକାଂଶ ସହର ଅଞ୍ଚଳ ରେ ଖୁଲାମ ଖୁଲା ଚାଲିଛି ବୋଲି ସବୁବେଳେ ଚାର୍ଚ୍ଚା ହେଉଛି। ଯେଉଁ ସବୁ ମଦ ଭାଟିରେ ପୋଚ ରେ ମହୁଲ ଯାଗାରେ ଇଷ୍ଟ ଓ ୟୁରିଆ ବ୍ୟବହାର ହେଉଛି,ସେହି ପୋଚ କେମିକାଲ ଯାଞ୍ଜ ନ କରିଲେ ପୁଣି ମଦ ମୃତ୍ୟୁ କୁ ଡ଼ାକରା କି ? ବୋଲି ଏବେ ଚର୍ଚ୍ଚାର ବିଷୟ ହୋଇଛି।

ad-week
Leave A Reply

Your email address will not be published.