୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଇଞ୍ଜିନିୟର…

add-all

download (4)

ରାୟଗଡ଼ା : ରାୟଗଡ଼ା ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ (ଏଷ୍ଟିମେଟର) ରମାକାନ୍ତ ମଲ୍ଲିକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଜଣେ ଠିକାଦାରଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଛନ୍ତି।
ସୂଚନା ଅନୁଯାୟୀ, ଝଞ୍ଜାବତୀ ନଦୀରେ ଥିବା ପମ୍ପ ହାଉସର ମରାମତି ବାବଦକୁ ଏଷ୍ଟିମେଟ କରିବା ପାଇଁ ଠିକାଦାର ସୁମନ୍ତ ପରିଡ଼ାଙ୍କ ଠାରୁ ଲାଞ୍ଚ ନେଉଥିଲେ ରମାକାନ୍ତ ମଲ୍ଲିକ। ଗତ ଫେବ୍ରୁଆରୀ ମାସରେ ଏହାର ମରାମତି କାର୍ଯ୍ୟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏଷ୍ଟିମେଟ ହୋଇ ନଥିଲା। ଏଷ୍ଟିମେଟ କରିବା ପାଇଁ ରମାକାନ୍ତ ମଲ୍ଲିକ ବାରମ୍ବାର ଲାଞ୍ଚ ମାଗିବାରୁ ଠିକାଦାର ସୁମନ୍ତ ପରିଡ଼ା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।
ଆଜି ସହକରୀ ଯନ୍ତ୍ରୀ (ଏଷ୍ଟିମେଟର) ରମାକାନ୍ତ ମଲ୍ଲିକ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ ପରିସରରେ ଥିବା ନିଜ ପ୍ରକୋଷ୍ଠରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ପୂର୍ବ ଯୋଜନା ପ୍ରକାରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।
ଏହା ପରେ ସିରିକଣା ସ୍ଥିତ ଶ୍ରୀ ମଲ୍ଲିକଙ୍କ ଭଡ଼ାଘରେ ମଧ୍ୟ ଚଢ଼ାଉ କରାଯାଇଥିଲା। ତାଙ୍କୁ ରାୟଗଡ଼ା ସ୍ଥିତ ଭିଜିଲାନ୍ସ ଡିଏସପି କାର୍ଯ୍ୟାଳୟକୁ ନେଇ ପଚରାଉଚରା କରାଯାଉଛି।

ad-week
Leave A Reply

Your email address will not be published.