ଜୁନାଗଡ଼ରେ ଟ୍ରିପଲ୍ ମର୍ଡର !

add-all

ଜୁନାଗଡ଼ : ସାମ୍ନାକୁ ଆସିଛି ଛାତି ଥରାଇ ଦେବା ଭଳି ଘଟଣା। ରାସ୍ତାକଡ଼ରୁ ଏକାସାଙ୍ଗରେ ମିଳିଛି ୩ ଜଣଙ୍କ ରକ୍ତାକ୍ତ ମୃତଦେହ। କଳାହାଣ୍ତି ଜିଲ୍ଲା ଜୁନାଗଡ଼ ଥାନା ଶଙ୍କରପଲା ଗାଁ ରାସ୍ତାରୁ ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା, ତାଙ୍କର ୨ ବର୍ଷୀୟ ପୁଅ ଓ ମହିଳାଙ୍କର ଜଣେ ପଡ଼ୋଶୀ ମହେନ୍ଦ୍ର କୁମାର ରହିଛନ୍ତି। ସେମାନଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଛି। ସେହିପରି ମୃତଦେହ ନିକଟରେ ଗୋଟିଏ ଧାରୁଆ ଅସ୍ତ୍ର ମଧ୍ୟ ମିଳିଛି।

ତେଣୁ ସେମାନଙ୍କୁ କେହି ହତ୍ୟା କରି ରାସ୍ତା କଡ଼ରେ ଫିଙ୍ଗି ଦେଇଥିବା କୁହାଯାଉଛି। ଖବର ପାଇ ଜୁନାଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତଦେହଗୁଡ଼ିକୁ ଜବତ କରି ଛାନଭିନ ଆରମ୍ଭ କରିଛି। ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଗାଁ ଲୋକଙ୍କ କହିବା କଥା ଯେ ସେମାନେ ବିଲ ପାଖରେ ସନ୍ଧ୍ୟା ପ୍ରାୟ ୫.୩୦ରେ ମୃତଦେହଗୁଡ଼ିକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେମାନେ ସନ୍ଦେହ କରୁଛନ୍ତି ଯେ ହତ୍ୟାକାଣ୍ଡ ଅପରାହ୍ନ ୩ରୁ ୪ଟା ମଧ୍ୟରେ ହୋଇଛି। କିନ୍ତୁ କିଏ ଓ କାହିଁକି ମହିଳାଙ୍କ ସହ ଅନ୍ୟମାନଙ୍କୁ ହତ୍ୟା କଲା, ସେକଥା ସେମାନେ ଜାଣି ନଥିବା କହିଛନ୍ତି।  ମୃତ ମହିଳାଙ୍କ ବୟସ ୩୪ରୁ ୩୬ ବର୍ଷ ହେବ। ତାଙ୍କ ସ୍ୱାମୀ ଦୀର୍ଘ ୯ ବର୍ଷ ହେଲା ଜେଲରେ ଅଛନ୍ତି।

ad-week
Leave A Reply

Your email address will not be published.