ଡ୍ୟାମରେ ଗାଧୋଇବା ବେଳେ ବୁଡି ଯାଇ ଜଣେ ନିଖୋଜ…

add-all

dam

ଚୌଦ୍ୱାର : କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ଡମଡମଣି ପୀଠ ନିକଟରେ ଥିବା ଡ୍ୟାମରେ ଅଘଟଣ। ଭୋଜି କରିବାକୁ ୪ ଜଣ ଏଠାକୁ ଆସିଥିଲେ। ସେମାନେ ଭୋଜି କରିବା ସହ ଡ୍ୟାମରେ ଗାଧୋଇବାର ମଜା ନେଉଥିଲି। କିନ୍ତୁ ଏହି ସମୟରେ ଅଂଶୁମାନ ନାୟକ ନାମକ ଜଣେ ଯୁବକ ପାଣିରେ ବୁଡ଼ି ଯାଇଥିଲେ। ଅନ୍ୟ ମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହେବାରୁ ଅଗ୍ନିଶମ ବାହୀନିକୁ ଖବର ଦେଇଥିଲେ। ଯୁବକ ଜଣଙ୍କ ନିଖୋଜ ଥିବା ବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ସୂଚନା ଅନୁସାରେ କଟକ ସିଡିଏ ଅଞ୍ଚଳରୁ ୮ ଜଣ ସାଙ୍ଗ ବନ ଭୋଜି କରିବାକୁ ଡମଡମଣି ଜଙ୍ଗଲକୁ ଯାଇଥିଲେ। ସେମାନେ ରୋଷେଇ ସାରି ନିକଟ ଡ୍ୟାମକୁ ଗାଧେଇ ଯାଇ ଥିଲେ। ସେଠାରେ ଗାଧେଇବା ସମୟରେ ଜଣକର ଗୋଡ଼ ଖସି ଯିବାରୁ ସେ ବୁଡି ଯାଇଥିଲେ। ଅନ୍ୟ ସାଙ୍ଗମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳତା ପାଇ ନଥିଲେ। ସ୍ଥାନୀୟ ଲୋକମାନେ ତୁରନ୍ତ ଚୌଦ୍ୱାର ସ୍ଥିତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀର କର୍ମଚାରୀମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। କିନ୍ତୁ ରିପୋର୍ଟ ଲେଖା ହେବା ବେଳକୁ ଅଂଶୁମାନଙ୍କ କୌଣସି ଖୋଜ ଖବର ମିଳିନାହିଁ।

ad-week
Leave A Reply

Your email address will not be published.