ଉର୍ମାଗଡ଼ ଜଳପ୍ରପାତରେ ଖସିପଡ଼ି ଦଶମ ଶ୍ରେଣୀ ଛାତ୍ର ନିଖୋଜ…

Independence

drow

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ପର୍ଯ୍ୟଟନ ସ୍ଥଳୀ ଉର୍ମାଗଡ଼ ଜଳପ୍ରପାତରେ ଖସିପଡ଼ି ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି। ନିଖୋଜ ଛାତ୍ର ଜଣକ ହେଲେ କଟ୍ରିଙ୍ଗିଆ ପଞ୍ଚାୟତ ନାକଡ଼ିସରୁ ଗ୍ରାମର ଲିଙ୍ଗା ବେହେରାଙ୍କ ପୁଅ ରାଖଲ ବେହେରା (୧୫)। ସେ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ସେ ସାଙ୍ଗମାନଙ୍କ ସହ ଉର୍ମାଗଡ଼ ଜଳପ୍ରପାତକୁ ବୁଲିବା ପାଇଁ ଯାଇଥିଲେ। ଅସାବଧାନତା ବଶତଃ ଗୋଡ଼ ଖସି ଯିବାରୁ ପାଣିରେ ପଡି ନିଖୋଜ ହୋଇଯାଇଛନ୍ତି। ରାଖଲଙ୍କ ସାଙ୍ଗମାନେ ଘଟଣା ସମ୍ପର୍କରେ ତାଙ୍କ ଘର ଲୋକଙ୍କୁ ସୂଚନା ଦେବା ପରେ ଘର ଲୋକେ ପ୍ରଥମେ ଜଳପ୍ରପାତକୁ ଯାଇ ତାଙ୍କୁ ଖୋଜାଖୋଜି କରିଥିଲେ।

ରାତି ସାରା ଖୋଜାଖୋଜି କରିବା ପରେ ମଧ୍ୟ ରାଖଲଙ୍କ କୌଣସି ସନ୍ଧାନ ମିଳିନାହିଁ। ରାଖଲର କୌଣସି ସନ୍ଧାନ ନପାଇବା ପରେ ଫୁଲବାଣୀ ଅଗ୍ନିଶମ ବିଭାଗକୁ ଜଣାଇଥିଲେ ପରିବାର ଲୋକେ। ଅଗ୍ନିଶମ କର୍ମଚାରୀମାନେ ଉର୍ମାଗଡ଼ ଜଳପ୍ରପାତକୁ ଯାଇ ରାଖଲ ବେହେରାଙ୍କୁ ଖୋଜାଖୋଜି କରୁଛନ୍ତି। ଏପର୍ଯ୍ୟନ୍ତ ନିଖୋଜ ରାଖଲ ବେହେରାଙ୍କ ପତ୍ତା ମିଳିପାରି ନାହିଁ।

ad-week
Leave A Reply

Your email address will not be published.