ଜୁଆ ଆଡ୍ଡାରେ ଚଢ଼ଉ: ୩ ଗିରଫ,୫ ହଜାର ୨୪୦ ଟଙ୍କା ଓ ୩ ମୋବାଇଲ ଜବତ…

add-all


ହିଞ୍ଜିଳିକାଟୁ, ୯/୧୦(): ଆରମ୍ଭ ହେଲାଣି ପାର୍ବଣ ଋତୁ।ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଜୁଆ ଖେଳ ଆରମ୍ଭ ହେବାର ପୂର୍ବାଭାସ ଦେଖିବାକୁ ମିଳିଛି। ସ୍ଥାନେ ସ୍ଥାନେ ମୁଣ୍ଡ ଟେକିଲାଣି ଜୁଆ ଆଡ୍ଡା। ପାରମ୍ପରିକ ଖେଳ ନାଁ ରେ ଏସବୁ ବେଆଇନ ଜୁଆ ଖେଳ ଜୁଆଡିଙ୍କୁ ସର୍ବସ୍ୱାନ୍ତ କରୁଥିବା ବେଳେ ଧନ ଜୀବନ ପ୍ରଭାବିତ ହେଉଥିବା ନଜିର ବି ରହିଛି। ତଥାପି ଜୁଆଡିଙ୍କୁ ଏହା ଧନ ଉପାର୍ଜ୍ଜନ ଲାଗି ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ଏବେ କିଛି ପେଷାଦାର ଜୁଆଡିଙ୍କୁ ଦିନରାତି ଜୁଆଖେଳ ନିଶା ପ୍ରବଳ ଘାରିଛି। ନିକାଞ୍ଚନ ସ୍ଥାନ ସେମାନଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟି ଥିବା ବେଳେ ରୀତିମତ ଭାବେ ହିଞ୍ଜିଳି ଥାନା ଇଲାକାରେ ଜୁଆ ଆଡ୍ଡାର ଆସର ବେଶ ଜମୁଛି । ସୋମବାର ରାତ୍ରରେ ହିଞ୍ଜିଳି ଥାନା

ପୋଡିଙ୍ଗି ଗ୍ରାମ ରାଧାକୃଷ୍ଣ ମନ୍ଦିର ନିକଟରେ ଚାଲିଥିଲା ଏକ ଜୁଆ ଆଡ୍ଡା। କୌଣସି ସୂତ୍ରରୁ ଖବର ପାଇ ହିଞ୍ଜିଳି ପୁଲିସର ଏକ ଟିମ୍ ସେଠାରେ ଅତର୍କିତ ଚଢ଼ାଉ କରିଥିଲା । ଚଢାଉ ବେଳେ ପୁଲିସ ୩ ଜଣ ଜୁଆଡିଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥିବା ବେଳେ କିଛି ଜୁଆଡି ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସଫଳ ହୋଇଥିଲେ । ଗିରଫ ଜୁଆଡିଙ୍କ ଠାରୁ ପୋଲିସ ୫ହଜାର, ୨୪୦ ଟଙ୍କା ସମେତ ୩ ଟି ମୋବାଇଲ୍ ଫୋନ୍ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରିଛି। ଆଗାମୀ ଦିନରେ ହିଞ୍ଜିଳି ଥାନା ଅଞ୍ଚଳରେ ଚାଲିଥିବା ଜୁଆଖେଳ ଉପରେ କଡା ନଜର ରଖିବା ସହ ସହ ଜୁଆଡିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠୀ କହିଛନ୍ତି । ଚଢ଼ାଉ ସମୟରେ ଥାନା ଏସଆଇ ସୁନିଲ କଣ୍ଡୋଗିରି,ଏଏସଆଇ ଅନନ୍ତ ଶବର, ଉପେନ୍ଦ୍ର କ୍ରାସ୍କା, ମନୋଜ ସେନାପତି, ଜିତେନ୍ଦ୍ର ଗୌଡ,ଦଣ୍ଡପଣି ମଲ୍ଲିକ ଓ ପ୍ରଦୀପ ରାୟ ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ad-week
Leave A Reply

Your email address will not be published.