ଭଗଵତ କଥା ଦିତରଣ ପରିଷଦ ଟ୍ରଷ୍ଟ, ତରଫରୁ ମେଧାବୀ ପ୍ରତିଯୋଗିତା

add-all

ହିଞ୍ଜିଳିକାଟୁ ୧୨/୧୦/। ହିଞ୍ଜିଳିକାଟୁ ଭଗବତ କଥା ଵିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ତରଫରୁ ହିଞ୍ଜିଳିକାଟୁ ସରକାରୀ ବୃନ୍ଦାବନ ବିଦ୍ୟାଳୟ ପରିସରରେ ଏକ ମେଧାବୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ହିଞ୍ଜିଳିକାଟୁ ଭଗବତ କଥା ଵିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦେବାନନ୍ଦ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଦେଶାତ୍ମବୋଧକ , ଭାରତୀୟ ସଂସ୍କୃତି, ପୁରାଣ ଓ ଆଧ୍ୟାତ୍ମିକ ଉପରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଗୀତା, ଶ୍ଳୋକ, ଆବୃତ୍ତି,ପ୍ରବନ୍ଧ,ବକ୍ତୁତା ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ରେ ଶତାଧିକ ଛାତ୍ର ଛାତ୍ରୀ ଭାଗ ନେଇଥିଲେ।। ପ୍ରତିବର୍ଷ ଭଳି ଚଳିତ ବର୍ଷ ପ୍ରାକ୍ତନ ଅଧ୍ୟାପକ ଅରବିନ୍ଦ ପଣ୍ଡା ଙ୍କ ସଂଯୋଜନା ରେ ହିଞ୍ଜିଳିକାଟୁ ମୁନିସୀପାଲଟି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ ଶୁଭାରମ୍ଭ କରିଥିଲେ।ବିଚାରକ ମଣ୍ଡଳୀରେ ଡ଼ଃ ରମେଶ ଚନ୍ଦ୍ର ଚୌଧୁରୀ, ଡ଼ଃ ଗଦାଧର ଵେହେରା,ହରିହର‌ ଚୈଧୁରୀ,ଏ ଶଙ୍କର ପ୍ରସାଦ ଚାରି, ଗଙ୍ଗାଧର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। କୋଷାଧ୍ୟକ୍ଷ ଗୌରହରି ପୃଷ୍ଟି, କାଉନସିଲର ବିଭୁପ୍ରସାଦ ପଣ୍ଡା, ସନ୍ତୋଷ ଦ୍ୟାନ ସୁମନ୍ତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.