ଦାରିଙ୍ଗବାଡି,୧୦/୧୦ : ପ୍ରତ୍ୟେକ ମଙ୍ଗଳବାର ଦିନକୁ ପରିବହନ ବିଭାଗ ପକ୍ଷରୁ ଜିରୋ ଟଲରେନ୍ସେ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଗାଡ଼ି ଯାଞ୍ଚ କଡାକଡି କରାଯାଉଛି। ମଙ୍ଗଳବାର ଦିନ ଦାରିଙ୍ଗବାଡି ହିଲଭିୟୁ ଛକ ଓ କଫି ବଗିଚା ଛକରେ ଦାରିଙ୍ଗବାଡି ପୋଲିସ ଓ ଫୁଲବାଣୀ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗାଡ଼ି କାଗଜ ପତ୍ର ଯାଞ୍ଚ କରାଯିବା ସହ ମଦ୍ୟପ ଚାଳକ,ଦୃତ ଗାଡ଼ି ଚାଳକ, ହେଲମେଟ ପିନ୍ଧିନଥିବା ଚାଳକଙ୍କ ଉପରେ କଡା ନଜର ରଖାଯାଇ ଉଲଘଂନକାରି ଙ୍କ ଉପରେ ପରିବହନ ବିଭାଗ ପକ୍ଷରୁ ୩୨ ଗୋଟି ଚାଲାଣ କଟାଯାଇ ୧ ଲକ୍ଷ ୫୦ ହଜାର ଟଙ୍କାର ଜରିମାନା ଚାଲାଣ କଟାଯାଇଥିବା ବେଳେ ଜଣେ ମଦ୍ୟପ ଚାଳକଙ୍କୁ ଧରାଯିବା ସହ ଅନ୍ୟ ୪ ଚାଳକ ଙ୍କ ବିଭିନ୍ନ କାରଣ ପାଇଁ ଲାଇସେନ୍ସ ରଦ୍ଦ କରାଯାଇଥିଲା ।
। ପୋଲିସ ଏସଆଇ ଜ୍ୟାକସନ୍ ମାଝୀ, ପରିବହନ ବିଭାଗର ଏସଆଇ ଶିବାନୀ ମାଝୀ ସମେତ ଅନ୍ୟ କର୍ମଚାରୀ ମାନେ ଯାଞ୍ଚ କଡାକଡି କରିଥିଲେ ।
