ମାଲକାନଗିରି ଜିଲ୍ଲା ସଦର ବ୍ଲକର ୩ ଟି ପଞ୍ଚାୟତକୁ ଲକ୍ଷ୍ମୀ ବସରେ ବୁଲିଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ…

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ବ୍ଲକ ର ଚାଲାଣଗୁଡା, ତଣ୍ଡିକି ଓ ମାଟାପାକା ତିନୋଟି ପଞ୍ଚାୟତ କୁ ଲଷ୍ମୀ ବସ ରେ ବୁଲିଲେ ମାଲକାନଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଅନ୍ୟାନ୍ୟ ବ୍ଲକ କର୍ମଚାରୀ। ବସ ପ୍ରଥମେ ଗ୍ରାମ ପଞ୍ଚାୟତ ଠାରେ ପହଂଚିବା ପରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ପ୍ରଥମେ ଲକ୍ଷ୍ମୀ ଯୋଜନା ରେ ଆରମ୍ଭ ହେବାକୁ ଥିବା ବସ କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସ୍ୱାଗତ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ମାଲକାନଗିରି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତି ଝଡ଼ିଆ ଙ୍କ ସହ ଯନ୍ତ୍ରୀ, ମୁଖ୍ଯ କିରାଣି, ପିଇଓ ଏବଂ ଅନ୍ୟାନ୍ୟ କର୍ମଚାରୀ ବସରେ ଯାତ୍ରା କରିଥିଲେ।

ad-week
Leave A Reply

Your email address will not be published.