ପୋଲିସର ଯାନବାହାନ ଯାଞ୍ଚ ବେଳେ ବିଦେଶୀ ମଦ ଜବତ: ତିନି ଗିରଫ…

add-all

ବାଲିଗୁଡା, : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ ଥାନା ପକ୍ଷରୁ ଯାନବାହାନ ଯାଞ୍ଚ ବେଳେ ଏକ ଟିୟୁଭି ୩୦୦ ଗାଡିରୁ ପାଖାପାଖି (୨୧ଲି.୯୩୦ମି.ଲି) ୨୨ ଲିଟର ବିଦେଶୀ ମଦ ପୋଲିସ ଜବତ କରି ଚୋରା ଚାଲାଣକାରୀ ତିନି ଜଣଙ୍କୁ ଗିରଫ କରିଛି। ପ୍ରକାଶ ଯେ, ଏହି ମାମଲାରେ ସାରଙ୍ଗଗଡ ର ଚାଲାଣକାରୀ ସନ୍ତୋଷ ପାଣିଗ୍ରାହୀ, ଅଶ୍ଵିନୀ କୁମାର ପାତ୍ର ଓ ଡ୍ରାଇଭର ଭୀମରାଜ ପ୍ରଧାନ ଗାଡ଼ି ନଂ ଓଡି-୦୨-ଏଜି- ୨୫୫୨ ରେ କେଲାପଡା ବୁରୁଙ୍ଗିଯୋଡ଼ି ଠାରୁ ବିଦେଶୀ ମଦ ଧରି ସାରଙ୍ଗଗଡ ଆସୁଥିବା ବେଳେ ଥାନା ଏଏସଆଇ ଦେବାଶିଷ ମହାପାତ୍ରଙ୍କ ଯାଞ୍ଚରେ ଧରା ପଡ଼ିଥିଲେ। ଥାନା କେସ ନଂ ୧୨୨/୨୩ ରେ ଋଜୁ କରି ମଦ ଓ ଗାଡି ଜବତ କରିବା ସହିତ ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଥାନା ଅଧିକାରୀ ବଧୁଲିକା ବିଶ୍ଵାଳ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.