ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ

add-all


ବାଲିଗୁଡା,: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଗୋଷ୍ଠୀ ଶିକ୍ଷା ବିଭାଗ କାର୍ଯ୍ୟାଳୟ ନିକଟରୁ ସମସ୍ତ ବିଦ୍ୟାଳୟର ଛାତ୍ରୀ ମାନେ ଏକତ୍ରିତ ହୋଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଶିଶୁ ସୁରକ୍ଷା ସମ୍ପର୍କିତ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ମାନ ଦେଇ ସମଗ୍ର ସହର ପରିକ୍ରମା ପରେ ଏକ ସଚେତନ କାର୍ଯ୍ୟକ୍ରମ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏଥିରେ ସିଆରସିସି ଅମୁଲ୍ୟ କୁମାର ନାୟକ, ଦୟାନିଧି ମହାରଣା ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ବାଳିକା ସମ୍ପର୍କିତ ବିଭିନ୍ନ ତଥ୍ୟ ଉପସ୍ଥାପନା କରିଥିଲେ l

ad-week
Leave A Reply

Your email address will not be published.