ଫିରିଙ୍ଗିଆରେ ‘ବେଟି ବଚାଓ ବେଟି ପଢ଼ାଓ’

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟର ସଭାଗୃହ ଠାରେ ବ୍ଲକସ୍ତରୀୟ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଫିରିଙ୍ଗିଆ ମହିଳା ଓ ଶିଶୁ ବିକାଶ ଅଧିକାରୀ ହରପ୍ରିୟା ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫିରିଙ୍ଗିଆ ପଞ୍ଚାୟତ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଚିତ୍ତରଞ୍ଜନ ମିଶ୍ର ମୁଖ୍ୟ ଅତିଥ୍ ଭାବରେ ଯୋଗ ଦେଇ ଅନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫିରିଙ୍ଗିଆ ନେଡିପଦର ସରକାରୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପାଢ଼ୀ, ଗୋଷ୍ଠି ସ୍ଵାସ୍ଥ୍ୟ ଅଧିକାରୀ ସୁମନ୍ତ କୁମାର ମାଝୀ, ସମ୍ମାନୀତ ଅତିଥି ଭାବେ ଓଡ଼ିଆ ଅଧ୍ୟାପିକା ପ୍ରଭାତୀ ପାତ୍ର ଯୋଗଦେଇଥିବା ବେଳେ ବ୍ଲକରେ କାର୍ଯ୍ୟରତ ସମସ୍ତ ଅଙ୍ଗନୱାଡି ପରିଦର୍ଶିକା, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ସ୍ଥାନୀୟ କଲେଜ ଓ ବିଦ୍ୟାଳୟ ଗୁଡ଼ିକର ଛାତ୍ରୀ ମାନେ ଉପସ୍ଥିତ ଥିଲେ ।

ଝିଅ ମାନଙ୍କ ପ୍ରତି ଅବହେଳା ନକରି ସେମାନଙ୍କୁ ମଧ୍ଯ ଅଗ୍ରାଧିକାର ଦିଆଯାଇ କିଭଳି ଭାବରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଇ ପାରିବ ତାହା ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ।କାର୍ଯ୍ୟକ୍ରମ ନେଡିପଦର ବାଳିକା ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ବେଟି ବଚାଓ ବେଟି ପଢ଼ାଓ ବିଷୟ ଉପରେ ଆଧାରିକ ସଚେତନତା ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି । କାର୍ଯ୍ୟକ୍ରମକୁ ଅଙ୍ଗନୱାଡି ପରିଦର୍ଶିକା ବୈଜନ୍ତ ମଲ୍ଲିକ ପରିଚାଳନା କରିଥିଲେ ।

ad-week
Leave A Reply

Your email address will not be published.