
ଛତ୍ରପୁର : ରାଧେଶ୍ୟାମ ଫାଉଣ୍ଡେସନ୍ ଏଣ୍ଡ ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ସଭାପତି ତଥା ୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର ଙ୍କ ପୌରହିତ୍ୟରେ ମିଶାଇଲ ମ୍ୟାନ, ଭାରତ ରତ୍ନ ପ୍ରାପ୍ତ ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ଡ଼ଃ ଏ. ପି. ଜେ. ଅବଦୁଲ କାଲାମଙ୍କ ୯୨ ତମ ଜନ୍ମ ବାର୍ଷିକୀ ମହା ସମାରୋହରେ ପାଳନ କରାଯାଇଅଛି l ଏହି ଅବସର ରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ଛତ୍ରପୁର ସୁବାଷ ଚନ୍ଦ୍ର ବେହେରା ଯୋଗ ଦେଇ ସ୍ଥାନୀୟ ଥାନା ସମ୍ମୁଖରେ ଥିବା ଏ. ପି. ଜେ. ଅବଦୁଲ କାଲାମଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବା ସହତାଙ୍କ ଜୀବନ ଉପରେ ଆଲୋକପାତ କରିଥିଲେ, ସମ୍ମାନିତ ଅତିଥି ଭାବେ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି.ପାପା ରାଓ, ବିଜେଡି ନଗର ସଭାପତି ବି. ରାଜୁ ବାବୁ, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, କାଉନସିଲର ପ୍ରିତିଛନ୍ଦା ସାମଲ,ସନ୍ତୋଷୀ ସେଠି , ବି. ନିଶ୍ଚଳା , ଡି . ଇନ୍ଦୁ ଓ ମମତା ପାତ୍ର, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୁଖ ପଟ୍ଟନାୟକ,ଟ୍ରଷ୍ଟ ର ସମ୍ପାଦିକା ଝିଲି ବାଳା ରାଉତ, ସହ -ସମ୍ପାଦିକା ଗୀତା ସାହୁ,ଉପଦେଷ୍ଟା ଡ଼ଃ ପ୍ରଶାନ୍ତ କୁମାର ଶତପଥୀ, ଦିଲ୍ଲୀପ ପଟ୍ଟନାୟକ, କୃଷ୍ଣ ପଟ୍ଟନାୟକ, ବି. ଗୋପାଳ ସ୍ଵାମୀ,ଛତ୍ରପୁର ବିଜୁ ଆଇନ ସାମ୍ମୁଖ୍ୟର ସଭାପତି ସୁରେଶ ପଣ୍ଡା, ସରକାରୀ ଓକିଲ ପ୍ରଦୀପ ପାତ୍ର, କାଳୀ ପ୍ରସାଦ ଦାଶ ଓ କୃଷ୍ଣ ଚନ୍ଦ୍ର ବେହେରା, ଆଇନଜୀବି ସିମାଞ୍ଚଳ ମହାପାତ୍ର ଓ ଟି. ମୋହନ ରେଡ୍ଡୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଅବଦୁଲ କଲାମ ଙ୍କ ସ୍ମୃତି ଚାରଣ କରିଥିଲେ l