୩୪ ଘଣ୍ଟା ପରେ ନିଖୋଜ ବନ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

puja26

କନ୍ଧମାଳ: ଦୀର୍ଘ ୩୪ ଘଣ୍ଟା ପରେ ମିଳିଲା ବନ ବିଭାଗ କର୍ମଚାରୀ ପ୍ରମୋଦ ବେହେରାଙ୍କ ଗଳିତ ମୃତଦେହ । ଫୁଲବାଣୀ ପଟାବାଲି ସାହି ବ୍ରିଜ୍ ତଳୁ ଉଦ୍ଧାର କଲା ଅଗ୍ନିସମ ବିଭାଗ । ସୂଚନା ଥାଉକି, ଗତକାଲି ବ୍ରିଜ୍ ତଳକୁ ଖସିପଡ଼ିଥିଲେ ୨ ଫରେଷ୍ଟ କର୍ମଚାରୀ । ଜଣେ ଉଦ୍ଧାର ହୋଇଥିବା ବେଳେ, ଅନ୍ୟଜଣଙ୍କୁ ଖୋଜୁଥିଲା ଅଗ୍ନିଶମ ବାହିନୀ । ଫୁଲବାଣୀରେ ଏହି ଅଘଟଣ ଘଟିଥିଲା । ବନ୍ୟା ପାଣିରେ ଭାସିଯାଇଥିଲେ ବନ ବିଭାଗ କର୍ମଚାରୀ । ଜଣେ ମୃତ୍ୟୁ ମୁଖରୁ ଫେରିଥିଲେ, ଆଉ ଜଣେ ନଦୀର ଅଥଳ ଜଳରେ ନିଖୋଜ ଥିଲେ । ଡ୍ୟାମ୍ ବ୍ରିଜ୍ ତଳକୁ ଖସିପଡ଼ିଥିଲେ ଫରେଷ୍ଟ କର୍ମଚାରୀ ଶ୍ରୀକାନ୍ତ ଓ ପ୍ରମୋଦ ।

କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରପରିଷଦର ଦୁଇ ନମ୍ବର ୱାର୍ଡର ଡ଼ାକ ପାଲା ସାହି ନିକଟ ଡ୍ୟାମ ବ୍ରିଜ୍ ତଳକୁ ସ୍କୁଟିରୁ ଦୁଇ ଜଣ ପାଣିରେ ଖସି ପଡ଼ିଥିଲେ । ଜଣେ ଭରା ପାଣି ନଦୀରୁ କଷ୍ଟରେ ବାହାରକୁ ନିଜେ ବାହରି କୂଳକୁ ଆସିଥିଲେ । ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ଖବର ପାଇ ତୁରନ୍ତ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଚି ଆହତ ବ୍ୟକ୍ତିଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରିଥିଲେ । ଅନ୍ୟ ନିଖୋଜ ବ୍ଯକ୍ତିଙ୍କୁ ନଦୀରେ ଅଗ୍ନିଶମ ବାହିନୀ କର୍ମଚାରୀ ଖୋଜାଖୋଜି କରୁଥିଲେ । ଏହାରି ଭିତରେ ନିଖୋଜ ଥିବା ପ୍ରମୋଦ ବେହେରାଙ୍କ ପତ୍ନୀ ଅଭିଯୋଗ ଆଣିଥିଲେ କି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଛି । ତେବେ ଦୀର୍ଘ ୩୪ ଘଣ୍ଟାର ପରିଣ୍ରମ ପରେ ମିଳିଛି ବନ ବିଭାଗ କର୍ମଚାରୀ ପ୍ରମୋଦ ବେହେରାଙ୍କ ଗଳିତ ମୃତଦେହ ।

ad-week
Leave A Reply

Your email address will not be published.