ସମ୍ଭାବନା ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ କନ୍ଧମାଳ କବି…

add-all

ଫୁଲବାଣୀ : ଗଞ୍ଜାମ ଜିଲ୍ଲାର ଆସ୍କା ସ୍ଥିତ ଏନ ଏ ସି କଲ୍ୟାଣ ମଣ୍ଡପ ପରିସରରେ ସମ୍ଭାବନା ସାରସ୍ୱତ ସାଂସ୍କୃତିକ ପରିଷଦ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ 23 ତମ ସାଂସ୍କୃତିକ ସଂଯୋଗ ମହୋତ୍ସବ ଅବସରେ ଆୟୋଜିତ ସମର୍ଦ୍ଧନ ସଭାରେ ଜିଲ୍ଲା ଲେଖକ ସାମ୍ମୁଖ୍ୟର ସଭାପତି ରବୀନ୍ଦ୍ର ନାଥ ମିଶ୍ର ଯୋଗଦେଇ କବି ଓ କବିତା ସମ୍ପର୍କିତ ସାରଗର୍ଭକ ଭାଷଣ ଦେଇଥିଲେ l କବି ଓ ସାହିତ୍ୟିକ ଶରତ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ସାହିତ୍ୟିକ ପିତାମ୍ବର ତରାଇ, ବାବାଜୀ ଚାରଣ ପଟ୍ଟନାୟକ, ନଟବର ଶତପଥୀ,ପ୍ରଫେସର କୈଳାଶ ଚନ୍ଦ୍ର ସ୍ୱାଇଁ, ବିଡ଼ିଓ ଫକୀର ଚାରଣ ପରିଡା, ଆସ୍କା ଚେୟାରମ୍ୟାନ ଶ୍ରୀମତୀ ବିଜେତା ସ୍ୱାଇଁ, ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ୱାଇଁ ଓ ସତ୍ୟବାନ ସାହୁ, ଜ୍ୟୋତିଷ ଅନ୍ନର୍ଦା ତ୍ରିପାଠୀ, ନବଘନ ପରିଡା ପ୍ରମୁଖ ଉପସ୍ଥିତ ରହି ଅଭିଭାଷଣ ପ୍ରଦାନ କରିଥିଲେ l ଆୟୋଜିତ କବି ସମ୍ମିଳନୀରେ ପୁଲବାଣୀର ବରିଷ୍ଠ ସାହିତ୍ୟିକ ଓ ସଂଯୋଜକ କୈଳାଶ ଚନ୍ଦ୍ର ଧଳ ପାରାଦ୍ୱୀପର କବୟିତ୍ରୀ ଓ ସୁ ସଂଯୋଜିକା ପ୍ରଭାତୀ ମାଝୀ ଏବଂ ଜଗତସିଂହ ପୁରର କବି କେଶବ ଦଳାଇ ଙ୍କ ସହ ମିଶି କବିତା ଗୁଡିକ ସଂଯୋଜନା କରିଥିଲେ l ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କ ଦୁଇଟି ବହି ମାନିରତ୍ନମାଳା ଏବଂ କଣ ରହିଛି 108 ଉପନିଷଦ ରେ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା l ସମ୍ପାଦକ ରବୀନ୍ଦ୍ର ନାଥ ମଲ୍ଲ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ଉପସ୍ଥିତ କବି ଓ ଅତିଥିମାନଙ୍କୁ ପୁଷ୍ପ ଗୁଚ୍ଛ ଓ ପ୍ରଶଂସାପତ୍ର ଦେଇ ସମର୍ଦ୍ଧିତ କରାଯାଇଥିଲା l କନ୍ଧମାଳରୁ କବି ରାମକୃଷ୍ଣ ବେହେରା କାଳୀ ଚରଣ ପ୍ରସାଦ ଜେନା, କୈଳାଶ ଚନ୍ଦ୍ର ଧଳ, ରବୀନ୍ଦ୍ର ନାଥ ମିଶ୍ର ଓ ଡ଼ଃ ନୃସିଂହାନନ୍ଦ ମହାପାତ୍ର କବିତା ପଠନ କରିଥିଲେ l

ad-week
Leave A Reply

Your email address will not be published.