ଇସ୍ରାଏଲ ସୁରକ୍ଷା ବାହିନୀରେ କାର୍ଯ୍ୟରତ ଦୁଇ ଭାରତୀୟ ବଂଶୋଦ୍ଭବ ମହିଳାଙ୍କ ମୃତ୍ୟୁ

add-all

dsf

ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଘୋମାଘୋଟ ଯୁଦ୍ଧ ମଧ୍ୟରେ ଦୁଇ ଭାରତୀୟ ବଂଶୋଦ୍ଭବ ମହିଳାଙ୍କ ମୃତ୍ୟୁ। ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିବା ଏହି ଦୁଇ ମହିଳାଙ୍କ ମୃତ୍ୟୁ ଘଟିଥିବା ନେଇ ସରକାରୀ ସୂତ୍ରରୁ ପ୍ରକାଶ ପାଇଛି।

ଅକ୍ଟୋବର 7 ରେ ହୋଇଥିବା ଆକ୍ରମଣରେ ହୋମ ଫ୍ରଣ୍ଟ କମାଣ୍ଡ(HFC)ର କମାଣ୍ଡର ଲେଫ୍ଟନାଣ୍ଟ ବା ମୋସେସ୍ ଅଶଦୋଦ ଏବଂ ପୁଲିସ ଅଧିକାରୀ ଇନ୍ସପେକ୍ଟର କିମ୍ ଡୋକ୍ରାକରଙ୍କ ମୃତ୍ୟୁ ଘଟିଥିବା ସରକାରୀ ସୂତ୍ରରୁ ପ୍ରକାଶ ପାଇଛି। ଯୁଦ୍ଧରେ ନିୟୋଜିତ ଥିବା ସମୟରେ ଉଭୟଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

ଇସ୍ରାଏଲ ସେନା ଅଧିକାରୀଙ୍କ କହିବାନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବିବାଦରେ 286 ସେନା ସୈନିକ ଏବଂ 51 ଜଣ ପୁଲିସ ଅଧିକାରୀ ପ୍ରାଣ ହରାଇଛନ୍ତି। ଇସ୍ରାଏଲ୍ ମୃତ ବ୍ୟକ୍ତିଙ୍କ ପରିଚୟ ନିଶ୍ଚିତ କରିବା ଏବଂ ନିଖୋଜ କିମ୍ବା ଅପହରଣ ହୋଇଥିବା ବ୍ୟକ୍ତିଙ୍କୁ ଖୋଜିବା ଜାରି ରଖିଥିବାରୁ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି।

ଦୀର୍ଘ 9 ଦିନ ଧିର ଚାଲିଥିବା ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧରେ ତିନି ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଶାନ୍ତି ସ୍ଥାପନା ପରିବର୍ତ୍ତେ ଯୁଦ୍ଧ ଆହୁରି ଭୟଙ୍କର ହେବାକୁ ଯାଉଛି। ହମାସ ସଂଗଠନକୁ ଧ୍ୱଂସ କରିଦେବାକୁ ପ୍ରସ୍ତୁତ ହେଉଛନ୍ତି ଇସ୍ରାଏଲ ସେନା। ଗତକାଲି ଶତାଧିକ ଲୋକ ଗାଜା ଖାଲି କରିଛନ୍ତି। ଇସ୍ରାଏଲ ସେନା ସାଧାରଣ ନାଗରିକଙ୍କୁ ଗାଜା ଖାଲି କରିବାକୁ କହିଥିଲେ।

ହମାସ ଆତଙ୍କୀ ଲୋକଙ୍କୁ ଢାଲ କରି ସେଠାରେ ଲୁଚି ରହି ଆକ୍ରମଣ କରୁଥିବାରୁ ଇସ୍ରାଏଲ ସେନା ଏହି ନିଷ୍ପତ୍ତି ନେଇଥିଲା। ସେପଟେ ଗାଜା ଖାଲି ହେବା ପରେ ଉଭୟ ପାର୍ଶ୍ୱରୁ ଆକ୍ରମଣ ହୋଇପାରେ। ଇସ୍ରାଏଲ ସେନାର ଏହି ଘୋଷଣା ପରେ ଏହା ଭୟଙ୍କର ପରିଣାମର ରୂପ ନେଇପାରେ ବୋଲି ଜାତିସଂଘ ଚେତାବନୀ ଦେଇଛି।

ad-week
Leave A Reply

Your email address will not be published.