ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା, ଫସଲ କ୍ଷତିଗ୍ରସ୍ତ ଯୋଗୁ ଆତ୍ମହତ୍ୟା ଅଭିଯୋଗ

add-all

death

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପାଖର ପଞ୍ଚାୟତ ଅଧୀନ ବାଜବାଟି ଗ୍ରାମରେ ବିଷ ପିଇ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ଗ୍ରାମର ନିତ୍ୟାନନ୍ଦ ପରିଡା। ନିତ୍ୟାନନ୍ଦ ୨ଦିନ ତଳେ ବାଜବାଟି ମୌଜାରେ ଥିବା ଚାଷଜମିକୁ ଯାଇଥିଲେ। ଜମିରେ ପାଣି ନଥିବାରୁ ଧାନ ଗଛ ସବୁ ମାରି ଯାଇଥିବା ଦେଖି ଭାଙ୍ଗି ପଡ଼ିଥିଲେ।

ଫଳରେ ମାନସିକ ଭାରସାମ୍ୟ ହରାଇ ଜମିରେ ପକାଇବାକୁ ଥିବା କୀଟ ନାଶକ ପିଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।ତେବେ ଗତକାଲି ରାତିରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ନିତ୍ୟାନନ୍ଦ ଋଣ କରି ପ୍ରାୟ ୩ଏକର ଜମିରେ ଧାନଚାଷ କରିଥିବା ବେଳେ ଫସଲ କ୍ଷତିଗ୍ରସ୍ତ ଯୋଗୁ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଧାନ ଚାଷ ଜମି ନିକଟରେ କଳାପଥର ଖାଦାନ ଥିବାରୁ ବର୍ଷା ପାଣି ଜମିରେ ନରହି ଖାଦାନକୁ ବୋହି ଯାଉଥିବାରୁ ଫସଲ କ୍ଷତିଗ୍ରସ୍ତ ହେବାର ଅନ୍ୟ ଏକ କାରଣ ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.