
ବାଲିଗୁଡା:, କନ୍ଧମାଳ ଜିଲା ବାଲିଗୁଡ଼ା ପୋଲିସ ଗଞ୍ଜେଇ ଭର୍ତ୍ତି ଏକ ଟ୍ରକ ଜବତ କରିଛି। ମିଳିଥିବା ସୂଚନା ମୁତାବକ, ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ବାଲିଗୁଡ଼ା ଥାନା ଅନ୍ତର୍ଗତ ମୋହନଗିରି ଘାଟିରେ ଏହି ଟ୍ରକଟି ଦ୍ରୁତ ଗତିରେ ଯାଉଥିଲା। ଏନେଇ ପୋଲିସ ସନ୍ଦେହ କରି ଟ୍ରକ୍ନଂ. ଏଚଆର-୬୯ -ବି-୭୭୦୦ କୁ ପିଛା କରି ଅଟକାଇ ଥିଲା। ହେଲେ ଡ୍ରାଇଭର ଜଣକ ଟ୍ରକ ରଖି ଟ୍ରକରୁ ଡେଇଁ ଚମ୍ପଟ୍ ମାରିଥିଲେ। ପୋଲିସ ଯାଞ୍ଚ ବେଳେ ଟ୍ରକ୍ରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଜାଣିବାକୁ ପାଇଥିଲା। ପୋଲିସ ଟ୍ରକ୍ ସହ ୯୭ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏନେଇ ପୋଲିସ ଏକ ମାମଲା ନଂ.୨୩୭/୨୩ରେ ରୁଜୁ କରି ତଦନ୍ତ କରୁଥିବା ବିଷୟ ଥାନା ଅଧିକାରୀ ଶୁଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି।