ଭୂମିକମ୍ପରେ ଦୋହଲିଲା ଉତ୍ତରାଖଣ୍ଡ, ତୀବ୍ରତା ୪ ରେକର୍ଡ…

add-all

eq

ଭାରତର ବିଭିନ୍ନ ସ୍ଥାନରେ ଲଗାତର ଭାବରେ ଭୂକମ୍ପ ହେଉଛି। ସୋମବାର ସକାଳୁ ଉତ୍ତରାଖଣ୍ଡର ପିଥୋରାଗଡରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ପିଥୋରଗଡ ଠାରୁ ୪୮ କିଲୋମିଟର ଦୂର ଉତ୍ତର-ପୁର୍ବରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪ ରେକର୍ଡ କରାଯାଇଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।

ଏହାପୂର୍ବରୁ ଅକ୍ଟୋବର ୫ ତାରିଖରେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୂକମ୍ପ ହୋଇଥିଲା। ଭାରତୀୟ ଭୂକମ୍ପ କେନ୍ଦ୍ରର ସୂଚନା ଅନୁସାରେ ବିଳମ୍ବିତ ରାତିରେ ୩.୨ ତୀବ୍ରତାର ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା।

ରବିବାର ଦିଲ୍ଲୀ ଏନ୍‌ସିଆର୍‌ରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଏନ୍‌ସିଆର୍ ସମେତ ଗୁରୁଗ୍ରାମ, ଗାଜିଆବାଦ, ନଏଡା ଓ ଫରିଦାବାଦରେ ତୀବ୍ର ଭୂମିକମ୍ପ ଝଟ୍‌କା ଅନୁଭୂତ କରିଥିଲେ ଲୋକେ। ଫଳରେ ଲୋକେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୩.୨ ରେକର୍ଡ କରାଯାଇଥିଲା।

ଜାତୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ, ଫରିଦାବାଦରେ ଭୂକମ୍ପର କେନ୍ଦ୍ର ୧୦ କିଲୋମିଟର ଗଭୀରତାରେ ଥିଲା। ମଧ୍ୟାହ୍ନ ପ୍ରାୟ ୪ଟା ୮ ମିନିଟ୍‌ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ଭୟରେ ଲୋକମାନେ ନିଜ ଘର ଏବଂ ଆଫିସ୍‌ରୁ ବାହାରି ଆସିଥିଲେ। ଦୁଇ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଦିଲ୍ଲୀ ଏନସିଆରରେ ଭୂକମ୍ପ ହୋଇସାରିଲାଣି।

ad-week
Leave A Reply

Your email address will not be published.