
ଫୁଲବାଣୀ :କନ୍ଧମାଳ ଜିଲ୍ଲା ବେଲପଦର ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟେ। ଫଳରେ ଏଥିରେ ବସିଥିବା ୮ ଯାତ୍ରୀଙ୍କ ମଧ୍ୟରୁ ୪ଜଣ ଗୁରୁତର ହୋଇଥିବାବଳେ ୪ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ଚକାପାଦ ବ୍ଲକ ଶଙ୍କରାଖୋଲ ଗ୍ରାମର କିଛି ଲୋକ ଏକ ଅଟେ ଯୋଗେ ନିଜ ସମ୍ପର୍କୀୟ ଫୁଲବାଣୀ ବ୍ଲକ ଅନ୍ତର୍ଗତ କଟ୍ରିଙ୍ଗିଆ ଗ୍ରାମର ଅନନ୍ତୁ ମୁଖୀ ଘରେ ଏକୋଇଶିଆ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଯାଇ ଫେରୁଥିଲେ l ଏହି ସମୟରେ ବେଲପଦର ଗ୍ରାମ ନିକଟରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡିଥିଲା । ଫଳରେ ଅଟୋରେ ଥିବା ୮ଯାତ୍ରୀଙ୍କ ମଧ୍ୟରୁ ୪ଗୁରୁତର ହୋଇଥିବା ବେଳେ ସାମାନ୍ୟ ଆହତ ହୋଇଛନ୍ତି । ଦୁର୍ଘଟଣାରେ ଗୁରୁତର ଏବଂ ସାମାନ୍ୟ ଆହତ ହୋଇଥିବା ଯାତ୍ରୀଙ୍କୁ କନ୍ଧମାଳ ଜିଲ୍ଲା ବିଜେପି ଉପସଭାପତି ତଥା ବରିଷ୍ଠ ଆଇନଜୀବୀ ରମେଶ ଚନ୍ଦ୍ର ମହାନ୍ତି ଏବଂ ଅମିୟ ଦାସ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀରେ ଭର୍ତ୍ତି କରିବା ସହିତ ତୁରନ୍ତ ଚିକିତ୍ସା କରାଇବା ନିମନ୍ତେ ଚିକିତ୍ସା ଅଧିକାରୀ ଙ୍କ ସହ ଯୋଗା ଯୋଗ କରିଥିବା ବିଜେପି ନେତା ରମେଶଚନ୍ଦ୍ର ମହାନ୍ତି କହିଛନ୍ତି l ଅଧିକ ଚିକିତ୍ସା ଦରକାର ପଡିଲେ ବିନା ଦ୍ୱିଧାରେ କହିବା ପାଇଁ ଗୁରୁତର ପରିବାରଙ୍କୁ କହି ଆସିଥିଲେ ଶ୍ରୀ ମହାନ୍ତି l