ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘଜୀବନ କାମନା କରି ହିଞ୍ଜିଳିକାଟୁରେ ଦୀପଦାନ…

add-all

ହିଞ୍ଜିଳିକାଟୁ (୧୬ା୧୦) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ ନିଜର ୭୮ତମ ଜନ୍ମ ଦିନ ପାଳନ କରିଵେ ନାହିଁ ଓ ଶୁଭେଚ୍ଛା ଜଣାଇବାକୁ କେହି ନବୀନ ନିବାସ ନ ଆସିବା ପାଇଁ କହିଛନ୍ତି। ସୋମବାର ହିଞ୍ଜିଳିକାଟୁଠାରେ ବିଜେଡି ନେତା ଓ ନେତ୍ରୀ ଓ ଵିଜେଡି କର୍ମୀ ନବୀନଙ୍କ ଦୀର୍ଘ ଜୀବନ କାମନା କରି ସୋମବାର ପୂର୍ବାହ୍ନରେ ବଇଁଚବଣିଆ ସ୍ଥିତ ପାବନ ଶ୍ରୀକ୍ଷେତ୍ର ମନ୍ଦିରରେ ଦୀପଦାନ କରିଛନ୍ତି। ନଗର ବିଜେଡି ସଭାପତି ଭୀମସେନ ବେହେରାଙ୍କ ନେତୃତ୍ୱରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ସମ୍ପାଦକ ଶିବରାମ ଗଉଡ଼, ଡି ବିଶ୍ବନାଥ, ପୌର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ବ୍ଲକ ଅଧ୍ୟକ୍ଷା ସରସତୀ ସେଠୀ, ଅଜୟ ମହାରଣା, ବାଇ ଗୀତାଞ୍ଜଳି, ଏ ସୁଦର୍ଶନ, ହୃଦୟାନନ୍ଦ ମହାପାତ୍ର, ପ୍ୟାରୀମୋହନ ପାଢ଼ୀ ପ୍ରମୁଖ ଦୀପଦାନ ବେଳେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.