ବିଭିନ୍ନ ଦାବୀ ନେଇ ବ୍ଳକ କାର୍ଯ୍ୟାଳୟ ଆଗରେ ସଭା…

add-all

ହିଞ୍ଜିଳିକାଟୁ (୧୬/୧୦) : ଓଡିଶା ମନରେଗା ଶ୍ରମିକ ୟୁନିଅନ ଗଞ୍ଜାମ ଜିଲ୍ଲା ପକ୍ଷରୁ ସୋମବାର ଏକ ବିରାଟ ଶ୍ରମିକ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଛି । ଏହି ଶୋଭାଯାତ୍ରା ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ଠାରୁ ବାହାରି ହିଞ୍ଜିଳିକାଟୁ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ ସଭା ଅନୁଷ୍ଠିତ ହୋଇଯାଇଛି।୧୧ ଦଫା ଦାବୀ ଦାବି ସମ୍ବଳିତ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନାଙ୍କୁ ପ୍ରଦାନ କରାଯାଇଥିଲା । ମନରେଗା ଶ୍ରମିକ ଙ୍କୁ ଶହେ ଦିନ କାମ ଯୋଗାଇଦେବା ପାଇଁ ଆଇନ ହୋଇଛି। ଶ୍ରମିକମାନଙ୍କୁ କାମ ପ୍ରଦାନ କରିବା ଵଦଳରେ ପଞ୍ଚାୟତ ସ୍ଥରରେ ଶ୍ମମିକ କାମ ନପାଇ ପ୍ରିୟାପ୍ରିତି ପୋଷଣ କରି ଟାଊଟର ଓ ପାଖ ଲୋକଙ୍କୁ ନାମ ଲେଖାଇ କାମକୁ ନଯାଇ ଟଙ୍କା ଉଠାଉଛନ୍ତି। ମନରେଗା ରେ ଵ୍ୟାପକ ମହାଦୁର୍ନୀତି ହେଉଥିବା ଅଭିଯୋଗ କରିଥିଲେ।ଏଥିରେ ଓଡିଶା ମନରେଗା ଶ୍ରମିକ ୟୁନିଅନ (ଟିୟୁସିଆଇ) ଗଞ୍ଜାମ ଜିଲ୍ଲା କମିଟି ସଭାପତି କମ୍ରେଡ ଶଙ୍କର, ସାଧାରଣ ସମ୍ପାଦକ ପେଦିନି ପାର୍ବତୀ,ର ପ୍ରମୁଖ ସାମିଲ ହୋଇଥିଲେ ।

ad-week
Leave A Reply

Your email address will not be published.