ଲିଙ୍କ ଫେଲ କର୍ମଚାରୀଙ୍କ ପାଇଁ ଖେଳ – ଲୋକଙ୍କ ପାଇଁ କାଳ…

add-all

ବ୍ରହ୍ମପୁର : ସରକାର ସବୁ କ୍ଷେତ୍ରରେ ଡ଼ିଜିଟାଲ ଇଣ୍ଡିଆ ସକାଶେ ସଚେତନତା ପାଇଁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତାହାର ବ୍ୟତିକ୍ରମ ବିଭିନ୍ନ ସରକାରୀ କାର୍ଯ୍ୟଳୟ ରେ ଦେଖିବାକୁ ମିଳୁଛି। ବିଭିନ୍ନ ସମୟରେ ଡାକଘରେ, ବ୍ୟାଙ୍କରେ ଓ ସରକାରୀ କାର୍ଯ୍ୟାଳୟ ରୀତିମତ ଲିଙ୍କ ଫେଲ ଯୋଗୁଁ ସାଧାରଣ ଲୋକେ ଅସୁବିଧର ସମ୍ମୁଖୀନ ହେଉଛନ୍ତି। ଧାଡ଼ି ବାନ୍ଧି ଘଣ୍ଟା ଘଣ୍ଟା ସମୟ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। କେତେକ କାର୍ଯ୍ୟାଳୟ ରେ ପାନୀୟ ଜଳ ଓ ପଙ୍ଖା ନଥିବାରୁ ଲୋକେ ଛଟପଟ ହେଉଥିବା ଲକ୍ଷ କରାଯାଉଛି। ଆଜି କାଲି ମୋବାଇଲ ଯୁଗ ଯୋଗୁଁ ଲିଙ୍କ ଫେଲ ର ସୁଯୋଗ ନେଇ କେତେକ କର୍ମଚାରୀ ମାନେ ମୋବାଇଲ ରେ ବ୍ୟସ୍ତ ରହୁଛନ୍ତି। ଆଉ କେତେକ କାର୍ଯ୍ୟାଳୟ ର କର୍ମଚାରୀ ମାନେ ଚା ଖାଇବାକୁ ଚାଲିଯାନ୍ତି ।

ଲିଙ୍କ ଆସୁ କିମ୍ବା ନ ଆସୁ ଏହି ବାବୁ ମାନଙ୍କୁ କୌଣସି ଫରକ ପଡ଼େ ନାହିଁ। ଧାଡ଼ି ବାନ୍ଧି ଘଣ୍ଟା ଘଣ୍ଟା ସମୟ ଠିଆହୋଇ ଥିବା ଲୋକେ ଭାଗ୍ୟ କୁ ଆଦରି ବାବୁଙ୍କ ଆସିବା ରାସ୍ତା ଓ ଲିଙ୍କ ଆସିବା ପାଇଁ ଚାତକ ପରି ଚାହିଁ ବସିଥାନ୍ତି। ଲିଙ୍କ ଫେଲ ଏବେ ବାବୁ ମାନଙ୍କ ପାଇଁ ଟାଇମ ପାସ ହୋଇଥିବା ବେଳେ ସାଧାରଣ ଲୋକ ପାଇଁ କାଳ ହୋଇଛି। ସରକାର କେବେବି ଲିଙ୍କ ଫେଲ ସମ୍ପର୍କରେ ଚିନ୍ତାବ୍ୟକ୍ତ କରୁନାହାନ୍ତି। ସତରେ କଣ ସବୁ ବେଳେ ଲିଙ୍କ ଫେଲ ହେଉଛି, ନାଁ ବାବୁ ମାନେ ଟାଇମ ପାସ ସକାଶେ ଲିଙ୍କ ଫେଲ ର ବୋର୍ଡ଼ ଲଗାଇ ବସି ରହୁଛନ୍ତି ବୋଲି ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.