ବ୍ରାହ୍ମଣୀଗାଁ ଗ୍ରାମ ପଞ୍ଚାୟତରେ ବ୍ଲକ କଂଗ୍ରେସ ପକ୍ଷରୁ ହାତଯୋଡ଼ କାର୍ଯ୍ୟକ୍ରମ…

add-all

ଦାରିଙ୍ଗବାଡ଼ି,୧୭/୧୦ : ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ବ୍ରାହ୍ମଣୀଗାଁ ଗ୍ରାମ ପଞ୍ଚାୟତ ଠାରେ ଗତକାଲି ଘରେ ଘରେ ହାତଯୋଡ଼ କାର୍ଯ୍ୟକ୍ରମ କରାଯାଇଛି । ଜିଲା ମହିଳା ସଭାନେତ୍ରୀ ରୁଦାମଲିକ ଙ୍କ ସହିତ, ବ୍ଲକ ସମ୍ପାଦକ ଶରତ ବଳିୟାରସିଂ, ଶରତ ପ୍ରଧାନ, ବ୍ରାହ୍ମଣୀଗାଁ ପଞ୍ଚାୟତ କଂଗ୍ରେସ ସଭାପତି ମାରିୟାନ ସିଂଙ୍କ ସହିତ ଅଞ୍ଚଳର ପୁରୁଖା କର୍ମୀ ସମୂହ ଏକତ୍ରିତ ପତାକା ଧରି ସାହି ସାହି ବଜାର ପରିକ୍ରମା କରି ଲିପ ପ୍ଲେଟ ବାଣ୍ଟିବା ସହିତ ଦରଦାମ ବୃଦ୍ଧି ଓ ଚାଷୀଙ୍କୁ ଅଣଦେଖା,ବେକାରୀ ସମସ୍ୟାକୁ କେନ୍ଦ୍ର କରି ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିରୋଧରେ କହି କଂଗ୍ରେସକୁ ଭୋଟ ଦେଇ କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବାକୁ ଆହ୍ବାନ ଦେଉଥିବା ଜଣାପଡିଛି। ଏହି କାର୍ଯ୍ୟକ୍ରମ ଫଳରେ ଗାଁ ଗାଁରେ ବହୁଳ ଭାବେ ମହିଳା, ପୁରୁଷ, ଯୁବକ ଯୁବତୀ ପ୍ରଭାବିତ ହେଉଥିବା ଜିଲା ମହିଳା ସଭାନେତ୍ରୀ ରୁଦା ମଲିକଙ୍କ ସୂଚନା ରହିଛି।

ad-week
Leave A Reply

Your email address will not be published.