ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏମସି ଏସ୍ କଲେଜ ଠାରେ ଓଡ଼ିଆ ଭାଷାସାହିତ୍ୟ ବିଭାଗର ୟୁଜି ଓ ପିଜି ଛାତ୍ରଛାତ୍ରୀ ଙ୍କୁ ବିଭାଗର ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି, ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ସଭାପତିତ୍ୱ କରି ଜନ୍ମଭୂମି, ଜନ୍ମଦାତ୍ରୀ, ପିତା ଓ ଗୁରୁ ଙ୍କ ପ୍ରତି ତ୍ୟାଗ ଓ ଭକ୍ତି ରହିଲେ ଜୀବନର ପ୍ରତିଟି କାର୍ଯ୍ୟ ସଫଳତାର ସହ ସମାପନ ହୋଇପାରିବ ଓ ନିଜ ଲକ୍ଷସ୍ଥଳରେ ପହଂଚିପାରିବ ବୋଲି ପରାମର୍ଶ ଦେଇଥିଲେ l ବିଭାଗର ଅଧ୍ୟାପିକା ନିବେଦିତା ଭୋଇ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଓ ଅଧ୍ୟାପିକା ଚମ୍ପା ସୋରେନ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ରେ ଅଧ୍ୟାପକ ବିଷ୍ଣୁପ୍ରସାଦ ରଥ, ବନମାଳି ବେହେରା, ଅମୂଲ୍ୟ ସାବତ, ରତନ ଦିଗାଲ, ସୂରଜ ସାସମଲ, ଶଙ୍କର ପାଢ଼ୀ, ଗଣେଶ ଜଗରଙ୍ଗ, ଅଭୟ ପ୍ରଧାନ, ଅଧ୍ୟାପିକା ରଶ୍ମିତା ପ୍ରଧାନ, ସ୍ମିତାରାଣୀ ସାହୁ, ମୀରାମ୍ବିକା, ଛାତ୍ର ମିଲନ, ବେଷ୍ଟ, ଛାତ୍ରୀ ଶୁଭ, ଶିବାନୀ, ବୀଣା ପରିଚାଳନା କରିଥିଲେ l

ad-week
Leave A Reply

Your email address will not be published.