ନ୍ୟାୟାଳୟର ନିର୍ଦ୍ଦେଶପରେ ଅପରାଧିରୁ ନେତା ହୋଇଥିବା ନେତାମାନେ ଛାନିଆ…!

add-all

ଭୁବନେଶ୍ୱର //ବ୍ରହ୍ମପୁର : ଏବେ ସାରା ଜିଲ୍ଲାରେ ଶାସକ ଦଳରେ ଭାଇମାନଙ୍କ ଆବିର୍ଭାବ ଦେଖିବାକୁ ମିଳୁଛି । ପ୍ରଥମେ ମାଫିଆ ତାପରେ ରୁପିଆ ପରେ ମିଡ଼ିଆ ଏବେ ରାଜନୈତିକ ଦଳରେ ମୁଣ୍ଡ ଗୁଞ୍ଜିବା କୁ ବାଧ୍ୟ ହେଉଛନ୍ତି, ଭାଇମାନେ ବୋଲି ଚର୍ଚ୍ଚା ହେଉଛି । ଏପଟେ ସବୁ ଭାଇ ମାନଙ୍କୁ ଘାରିଛି ଗିରଫ ଭୟ ସେଥିପାଇଁ ଅଧିକାଂଶ କରି ଶାସକ ଦଳରେ ଆଶ୍ରୟ ନେବାକୁ ଶ୍ରେୟ ମଣୁଛନ୍ତି। ଟେଣ୍ଡର ଫିକ୍ସିଂଙ୍ଗ, ଗଞ୍ଜେଇ, ମଦ, ବାଲି, ଇଟା ଓ ପଥର ଖାଦାନ ଭଳି ଚୋରା ବ୍ୟବସାୟ କରି ଠୁଳଠୁଳ ଟଙ୍କାର ମାଲିକାନା ପରେ ରାଜନୈତିକ ଦଳର ରେ ପ୍ରବେଶ କରୁଛନ୍ତି, ଭାଇ ମାନେ । ବିଭନ୍ନ ରାଜନୈତିକ ଦଳରେ ଭାଇ ମାନେ ସାମିଲ ହେବା ପରେ ସେମାନଙ୍କୁ ସମାଜସେବୀର ଆଖ୍ୟା ଦିଆଯାଏ । ତାପରେ ଭାଇମାନେ ଛୋଟଛୋଟ ପଦବୀରେ ରହିବା ପରେ ବ୍ଲକ ଓ ଏନଏସିରେ ଅଧ୍ୟକ୍ଷ ହେବାର ନଜିର ଅଛି । ତାପରେ ସୁଯୋଗ ଦେଖି ନେତାମାନଙ୍କୁ ଭୟଭୀତ କରି ବିଧାୟକ ହେବାକୁ ଲବି ଆରମ୍ଭ କରନ୍ତି। ଏବେ ଉଚ୍ଚତମ ନ୍ୟାୟାଳୟ ଅପରାଧିକ ମାମଲା ଥିବା ବ୍ୟକ୍ତି ମାନଙ୍କ ପ୍ରତି କୋଠର ଆଇନ ଆଣିବା ପାଇଁ ଘୋଷଣା କରିବା ଯୋଗୁଁ ରାଜନୈତିକ ଦଳ ମାନଙ୍କ ରେ ଛନକା ପଶିଥିବା ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.