ଓଡିଶା ଆଦିବାସୀ ଅଧିକାର ମଞ୍ଚ ଓ ଓଡିଶା କୃଷକ ସଭା ତରଫରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

add-all

ମାଲକାନଗିରି (୧୮।୧୦) : ଓଡିଶା ଆଦିବାସୀ ଅଧିକାର ମଞ୍ଚ ଓ ଓଡିଶା କୃଷକ ସଭା ପକ୍ଷରୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ସହ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଜି ପୁର୍ୱାହ୍ନରେ ଆଦିବାସୀ ଅଧିକାର ମଞ୍ଚ ଓ ଓଡିଶା କୃଷକ ସଭା ତରଫରୁ ଏକ ବିଶାଳ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲ । ସେଠାରେ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲ । ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି ଯେ, ରାଜସ୍ବ ବିଭାଗ ଦ୍ୱାରା ଦିଆ ଯାଇଥିବା ପଟ୍ଟାରେ ଜମିର ପରିମାଣକୁ କମ୍ କରି କାଟି ଦିଆ ଯାଉଛି, ଏପରି କରିବା ପାଇଁ ବନ୍ଦ କରିବା ସହ ପୁର୍ବ ପଟ୍ଟା ଅନୁଯାୟୀ ସମସ୍ତ ଜମିର ପଟ୍ଟା ପ୍ରଦାନ କରା ଯାଉ, ଜଙ୍ଗଲ ଜମି ପାଇଁ ଆବେଦନ କରିଥିବା ବ୍ୟକ୍ତିଗତ ଆବେଦନର ଫଇସଲା କରାଯାଉ, ବ୍ୟକ୍ତିଗତ ଓ ଗୋଷ୍ଠିଗତ ଅଧିକାର ପାଇଁ ପଲ୍ଲୀସଭା ଗ୍ରାମସଭା କରାଯାଉ, ପାରମ୍ପରିକ ବନବାସୀ ମାନଙ୍କୁ ଓ ରଣା, ରୋଣା, ତେଲି, ମାଳି ଗୌଡ ଜାତିର ଲୋକଙ୍କୁ ମଧ୍ୟ ଜଙ୍ଗଲଜମିର ପଟ୍ଟା ଦିଆଯାଉ, ଜଙ୍ଗଲ ଜମି ଅଧିକାର ସତ୍ୱରେ ଧାନ ଓ କୃଷିଜାତ ଦ୍ରବ୍ୟ ବିକ୍ରୟ ପାଇଁ ଅନୁମତି ଦିଆଯାଉ, ଜଙ୍ଗଲ ଜମି ପାଇଥିବା ହିତାଧିକାରୀ ମାନହ୍‌କ ଜମିର ମରାମତି କରାଯାଉ, ମନରେଗା ଯୋଜନାରେ ୨୦୦ ଦିନର କାମ ଓ ଦୈନିକ ୬୦୦ ଟଙ୍କା ମଜୁରି ପ୍ରଦାନ କରାଯାଉ, ଜଙ୍ଗଲ ଜମି ପଟ୍ଟାରେ ଜାତିଗତ ପ୍ରମାଣ ପତ୍ର ପ୍ରଦାନ କରାଯାଉ, କୋଣ୍ଡାରେଡି ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ପ୍ରଦାନ କରାଯାଉ ଭଳି ଅନେକ ଦାବି ଉଲ୍ଲେଖ ରହିଛି । ଏହି ରାଲିରେ ଓଡିଶା ଆଦିବାସୀ ଅଧିକାର ମଞ୍ଚ ଓ ଓଡିଶା କୃଷକ ସଭାର ସମସ୍ତ କର୍ମକର୍ତାଙ୍କ ସହ ୫୦୦ରୁ ଊର୍ଦ୍ଧ୍ଵ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.