‘ପନୌତି’ ବନାମ ‘ଫ୍ୟୁଜ ଟ୍ୟୁବ୍‌ଲାଇଟ୍‌’

add-all

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ନିର୍ବାଚନୀ ସଭାରେ ‘ପନୌତି’ ବୋଲି କହିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଭାଜପା ଏବଂ କଂଗ୍ରେସ। ଉଭୟ ଦଳ ପୋଷ୍ଟର ମାଧ୍ୟମରେ ପରସ୍ପରକୁ କଟାକ୍ଷ କରିବାକୁ ପଛାଉ ନାହାନ୍ତି। ଏହି କ୍ରମରେ ଶୁକ୍ରବାର କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ‘ପନୌତି ଏ ଆଜମ୍‌’ କହି ଟୁଇଟରରେ ପୋଷ୍ଟର ଜାରି କରିଥିଲା। ଏବେ ଏହାର ଜବାବ ଦେଇଛି ଭାଜପା।

ଭାଜପା ଟୁଇଟରରେ କଂଗ୍ରେସ ନେତା ରାହୁଲଙ୍କ ଏକ ପୋଷ୍ଟର ଜାରି କରିଛି। ଏଥିରେ ତାଙ୍କୁ ‘ଟ୍ୟୁବ୍‌ଲାଇଟ୍‌’ ବୋଲି କୁହାଯାଉଛି। ଏହି ପୋଷ୍ଟରର ଶୀର୍ଷକ ରହିଛି ‘ଫ୍ୟୁଜ ଟ୍ୟୁବ୍‌ଲାଇଟ୍‌’। ତେବେ ପୂର୍ବରୁ ୨୦୨୦ରେ ପ୍ରଧାନମନ୍ତ୍ରୀ ରାହୁଲଙ୍କ ତୁଳନା ଟ୍ୟୁବଲାଇଟ୍‌ ସହ କରିଥିଲେ। ଏବେ ଭାଜପାର ପୋଷ୍ଟରଟି ସଲମାନଙ୍କ ଫିଲ୍ମ ‘ଟ୍ୟୁବଲାଇଟ୍‌’ର, ଯେଉଁଥିରେ ଅଭିନେତାଙ୍କ ସ୍ଥାନରେ ରାହୁଲଙ୍କୁ ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.