ମୁମ୍ବାଇରେ ସୁଟକେଶ ଭିତରୁ ମିଳିଥିଲା ମୃତଦେହ…

add-all

b11c890a-a052-4c22-8944-9fc5e4547f61-1-606x430

ସୁନ୍ଦରଗଡ଼: ଗତ ୧୯ ତାରିଖ ରବିବାର ମୁମ୍ବାଇ କୁର୍ଲା ଷ୍ଟେସନ ଯିବା ରାସ୍ତାରେ ଏକ ସୁଟକେଶ ମଧ୍ୟରୁ ମିଳିଥିବା ସୁନ୍ଦରଗଡ଼ ଲେଫ୍ରିପଡ଼ା ଥାନା ବୁନ୍ଦଲିକାନି ଗାଁର ଯୁବତୀ ପ୍ରତିମା କିସପଟ୍ଟାଙ୍କର ମୃତଦେହ ଗାଁରେ ପହଞ୍ଚିଲା ପରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୁମ୍ବାଇରୁ ମୃତଦେହ ଆଣିବା ପାଇଁ ପ୍ରତିମାର ବଡ଼ ଭାଇ, ଭିଣୋଇ ଓ ଦୁଇ ସମ୍ପର୍କୀୟ ମୁମ୍ୱାଇ ଯାଇଥିଲେ। ଗତ ୨୩ ତାରିଖ ସନ୍ଧ୍ୟାରେ ବାହାରି ଆଜି ଭୋରରେ ଗାଁ କୁ ଶବନେଇ ନେଇ ପହଞ୍ଚିଥିଲେ।
ଏହା ପରେ ପାରମ୍ପାରିକ ରୀତିନୀତିରେ ପ୍ରତିମାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

ପ୍ରତିମା ଦୁଇ ବର୍ଷ ତଳୁ ମୁମ୍ବାଇ ଯାଇଥିଲେ କାମ କରିବା ପାଇଁ। ସେଠାରେ ସୁନ୍ଦରଗଡ଼ କିଞ୍ଜିର୍କେଲା ଥାନା ସାହେବଡେରା ଗାଁର ଯୁବକ ଓସ୍କାର ମନୋଜ ବାରଲାଙ୍କ ସହିତ ଲିଭ୍ ଇନରେ ରହୁଥିଲା। ଉଭୟ ଏକ ମାସ ପୂର୍ବେ ମୁମ୍ବାଇର ଧାରାବି ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ। ତେବେ ମନୋଜ ପ୍ରତିମାଙ୍କର ଅନ୍ୟ ଯୁବକଙ୍କ ସହିତ ସମ୍ପର୍କ ଥିବା ସନ୍ଦେହ କରୁଥିଲା, ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଶନିବାର ଝଗଡ଼ା ହୋଇଥିଲା ଏବଂ ସେଥିରେ ଉତକ୍ଷିପ୍ତ ହୋଇ ମନୋଜ ପ୍ରତିମାଙ୍କର ତଣ୍ଟି ଚିପି ହତ୍ୟା କରିଥିଲା। ହତ୍ୟା କରିବା ପରେ ଏକ ସୁଟକେଶରେ ଭର୍ତ୍ତି କରି ସାନ୍ତାକ୍ରୁଜ – କୁର୍ଲା ରାସ୍ତାରେ ନିର୍ମାଣାଧୀନ ମେଟ୍ରୋ ପ୍ରକଳ୍ପ ନିକଟରେ ଫୋଫାଡ଼ି ଦେଇ ଫେରାର ହେବା ପାଇଁ ଚେଷ୍ଟା କରୁଥିବା ବେଳେ ଥାନେ ଷ୍ଟେସନରୁ ମନୋଜ ଗିରଫ କରିଥିଲା କୁର୍ଲା କ୍ରାଇମବ୍ରାଞ୍ଚ୍ ର ୟୁନିଟ ୧୧ ଟିମ୍।

ad-week
Leave A Reply

Your email address will not be published.